27.1 C
Bhubaneswar
Thursday, June 27, 2024
Homeଓଡିଶାକାଠମାଣ୍ଡୁ –କଳିଙ୍ଗ ସାହିତ୍ୟ ମହୋତ୍ସବରେ ସୋଆ ସମ୍ମାନିତ

କାଠମାଣ୍ଡୁ –କଳିଙ୍ଗ ସାହିତ୍ୟ ମହୋତ୍ସବରେ ସୋଆ ସମ୍ମାନିତ

ଭୁବନେଶ୍ୱର : ସେପ୍ଟେମ୍ବର ୧ ତାରିଖ ରୁ ୩ ତାରିଖ ପର୍ଯ୍ୟନ୍ତ ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ କାଠମାଣ୍ଡୁ – କଳିଙ୍ଗ ସାହିତ୍ୟ
ମହୋତ୍ସବର ଦ୍ୱିତୀୟ ସଂସ୍କରଣରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ୟୁନିଭର୍ସିଟି (ସୋଆ) କୁ ଯଶସ୍ୱୀ ଶିକ୍ଷା ବିଶ୍ୱବିଦ୍ୟାଳୟ ସମ୍ମାନ ପ୍ରଦାନ କରାଯାଇଛି ।
ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଅଫିସର – ଅନ୍ – ସ୍ପେଶାଲ୍ ଡ୍ୟୁଟି ଶ୍ରୀ ପ୍ରୀତମ ନାୟକ ଏହି ଉତ୍ସବର ପ୍ରଥମ ଦିନରେ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ନାରାୟଣ ପ୍ରସାଦ ସଦଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ ।
ଏହି ଅବସରରେ ବିଶିଷ୍ଟ ଅର୍ଥନୀତିଜ୍ଞ ଡଃ. ବିବେକ ଦେବରାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କଳିଙ୍ଗ ସାହିତ୍ୟ ମହୋତ୍ସବର ପ୍ରତିଷ୍ଠାତା ଶ୍ରୀଯୁକ୍ତ ରଶ୍ମିରଂଜନ ପରିଡା ଏବଂ ଏହାର ନେପାଳ ଚାପ୍ଟରର ସହ – ପ୍ରତିଷ୍ଠାତା ଶ୍ରୀମତି ରଞ୍ଜନା ମଧ୍ୟ ଉପସ୍ଥିତ ଥିଲେ ।
ଏହି ତିନିଦିନିଆ ଉତ୍ସବରେ ସାହିତ୍ୟ, ସଂଗୀତ, ନୃତ୍ୟ ଓ ଅନ୍ୟନ୍ୟା କଳାର ପ୍ରଦର୍ଶନ କରାଯାଇଥିବା ବେଳେ ଭାରତ ଓ ନେପାଳ ମଧ୍ୟରେ ଥିବା ଦୀର୍ଘ ଦିନର ସମ୍ପର୍କକୁ ଉଜ୍ଜିବୀତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking