କଳାହାଣ୍ଡି: କଳାହାଣ୍ଡି ଉପଜିଲ୍ଲାପାଳ ସସପେଣ୍ଡ । ଚିତ୍ତରଞ୍ଜନ ପିଲ୍ଲାଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାରା ରାଜସ୍ୱ ବିଭାଗ ଅତିରିକ୍ତ ସଚିବଙ୍କ ସୁପାରିଶ କ୍ରମେ ଆକ୍ସନ ନିଆଯାଇଛି । ୨୦୨୦ରୁ ୨୦୨୨ ମସିହାରେ ସେ ଭୁବନେଶ୍ୱରରେ ଅତିରିକ୍ତ ତହସିଲ ଭାବେ କାମ କରୁଥିଲେ । ସେତେବେଳେ ତାଙ୍କ ନାଁରେ ଅନେକ ଦୁର୍ନୀତିର ଅଭିଯୋଗ ରହିଥିଲା । ତାହାକୁ ଆଧାର କରି ଆଜି ବଡ କାଯ୍ୟାନୁଷ୍ଠାନ ନେଇଛି ରାଜସ୍ୱ ବିଭାଗ । ଯେଉଁମାନେ ବି ଦୁର୍ନୀତି କରୁଛନ୍ତି , ସେମାନଙ୍କ ପାଇଁ ଏହା ଏକ ବଡ ସନ୍ଦେଶ ହୋଇପାରେ ।










