କଳାହାଣ୍ଡି : ରହସ୍ୟ ଘେରା ଗାଁ।କାହିଁ କେତେ ବର୍ଷ ରୁ ନିଜ କିମ୍ବଦନ୍ତୀ ଅନୁସାରେ ନାମିତ ଗାଁ ହାତୀପଖାନ।ଆପଣ ମାନେ ଭଲ କରି ଏହି ଭିଯୁଆଲ କୁ ଅନୁସରଣ କରନ୍ତୁ (ପଥର ଭିଯୁଆଲ ବସିବ)।ଦେଖିଲେ ଠିକ ପଥର ଟି ଏକ ହାତୀ ସଦୃଶ୍ୟ ଦେଖା ଯାଉଛି।ପଛ ପଟରେ ଲାଞ୍ଜ ଆଉ ଆଗ ପଟେ ମୁଣ୍ଡ ।ଠିକ ଶୋଇପଡିଛି ଏକ କାୟାଧାରି ହାତୀ ଟିଏ।ରହସ୍ୟ ମୟ ଯେ ,ମୁଣ୍ଡ କୁ ଛୁଇଁଲେ ହଲି ପଡେ।ଏ ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କଦଲିମୁଣ୍ଡା ପଞ୍ଚାୟତ ଅଧିନସ୍ଥ ହାତୀପଖାନ ଗାଁ।ତେବେ କିମ୍ବଦନ୍ତୀ ଅନୁଯାୟୀ ଗାଁ ର ନା ହାତୀପଖାନ ରଖା ଯାଇଥିବା ଗାଁ ଲୋକେ ପ୍ରକାଶ କରନ୍ତି। ଆଜକୁ ପ୍ରାୟ ୨/୩ବର୍ଷ ର କଥା। ଗାଁ ଟି ସମ୍ପୂର୍ଣ୍ଣ ଜଙ୍ଗଲ ମୟ ଥିଲା।
ଏକ ବିରାଟ ବଟ ବୃକ୍ଷ ନିକଟରେ ଏକ ହାତୀପଲ ରହି ଆସୁଥିଲେ।କୌଣସି କାରଣ ବଶତଃ ସେହି ଗଛ ତଳେ ଏକ ହାତୀ ର ମୃତ୍ୟୁ ଘଟିଥିଲା।ଦିନେ ଗାଁ ଗହ୍ୱନ୍ତିଆ ସେହିବାଟ ଦେଇ ଆସୁଥିବାବେଳେ ହାତୀ ମରି ଥିବା ଦେଖି ଗ୍ରାମ ଲୋକଙ୍କୁ ଡାକି ଥିଲେ।ତେବେ ସେହି ସ୍ଥାନ ରେ ୨/୩-ଦିନ ଗଲାପରେ ଏକ ଛୋଟ ଆକାର ହାତୀ ସଦୃଶ୍ୟ ପଥର ଦେଖିବାକୁ ମିଳିଲା।କ୍ରମଶଃ ଏହି ପଥର ଦିନକୁ ଦିନ ବଢ଼ିବାରେ ଲାଗିଲା । ସେହି ଦିନଠୁ ଗ୍ରାମଲୋକେ ସେହି ପଥରକୁ ପୂଜାର୍ଚ୍ଚନା କରିବାକୁ ଲାଗିଲେ। ଏହି କଥା ରାଜାଙ୍କ କାନରେ ପଡିବାରୁ ସେ ଦିନେ ଦେଖିବାକୁ ଆସିଲେ ଓ ଗାଁ କୁ ହାତୀପଖାନ ନାମରେ ନାମିତ କରିଥିବା ଲୋକେ ପ୍ରକାଶ କରନ୍ତି। ତେବେ ସେହି ପଥର ଏବେ କାୟା ବିସ୍ତାର ହୋଇ ବଡ ହାତୀ ସଦୃଶ୍ୟ ଦେଖାଯାଉଛି।