କଳାହାଣ୍ଡି : ଦିଲ୍ଲୀ ରେ ଧୁମ ମଚେଇ ଥିବା କଳାହାଣ୍ଡି ର ବଜାସାଲ ଦଳ କୁ ଜିଲ୍ଲା ରେ ମିଳିଲା ବିପୁଳ ସମ୍ବର୍ଦ୍ଧନା l ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ ଅବସରରେ ପୂର୍ବ ଭାରତ ର ଏକ ମାତ୍ର ସାଂସ୍କୃତିକ ଦଳ ଭାବରେ ରାଜପଥ ରେ ନୃତ୍ୟ ପରିବେଷଣ କଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ର ପ୍ରତିଭା ଅନୁଷ୍ଠାନ ର କଳାକାର ମାନେ | ଅନୁଷ୍ଠାନ ର 80 ଜଣ କଳାକାର କଳାହାଣ୍ଡି ର ଲୋକନୃତ୍ୟ ବଜାସାଲ ପରିବେଷଣ କରି ଜିଲ୍ଲା କାହିଁକି ପୂର୍ବ ଭାରତ ପାଇଁ ଆଣିଲେ ଗୌରବ | କଳାକାର ମାନଙ୍କ ନୃତ୍ୟ ଦର୍ଶକ ଙ୍କ ମନ କୁ ମୋହି ଥିବା ବେଳେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ସାଉଁଟିଲେ ପ୍ରଶଂସା | ସାଧାରଣତନ୍ତ୍ର ଦିବସ ରେ କଳାହାଣ୍ଡି ର ବଜାସାଲ ପରିବେଷଣ କରିଥିବା ଏହି କଳାକାର ମାନେ ଏବେ ଫେରିଛନ୍ତି ନିଜ ମାଟି କୁ | ଦିଲ୍ଲୀ ରୁ ଟ୍ରେନ ଯୋଗେ ପହଞ୍ଚି ଥିବା ଏହି କଳାକାର. ମାନଙ୍କୁ ପ୍ରଥମେ କେସିଙ୍ଗା ରେଳ ଷ୍ଟେସନ ରେ ବିପୁଳ ସମ୍ବର୍ଦ୍ଧନା ଦିଆ ଯାଇଥିଲା | ଜୟ ମା ମାଣିକେଶ୍ବରୀ ଓ ଜୟ କଳାହାଣ୍ଡି ନାରା ରେ ପ୍ରକମ୍ପିତ ହୋଇ ଉଠି ଥିଲା ସାମଗ୍ର ପରିବେଶ | ପରେ ଏକ ବସ ଯୋଗେ କଳାକାର ମାନେ ଭବାନୀପାଟଣା ସହର ରେ ପହଂଚି ଥିଲେ | ସଂସ୍କାର ଭାରତୀ ନଗର ଶାଖା ତରଫରୁ କଳାହାଣ୍ଡି ଲେଖକ କଳା ପରିଷଦ ଛକ ଠାରେ କଳାକାର ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା | ଜିଲ୍ଲା ର ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଦିଆ ଯାଇଥିଲା | ରାଜପଥ ରେ କଳାହାଣ୍ଡି ର ବଜାସାଲ ନାଚ ପରିଵେଶଣ ସଂସ୍କୃତି କ୍ଷେତ୍ର ରେ ଜିଲ୍ଲା ପାଇଁ ଆଉ ଏକ ମାଇଲଖୁଣ୍ଟ ଏବଂ ଜିଲ୍ଲା ପାଇଁ ଏକ ଗୌରବ ବୋଲି ପ୍ରକାଶ କରିଛନ୍ତି ଅନୁଷ୍ଠାନ ର କଳାକାର ମାନେ | ସାଧାରଣତନ୍ତ୍ର ଦିବସ ରେ ଦିଲ୍ଲୀ ବଜାସାଲ ପରିବେସଣ କରି ଫେରିଥିବା ଏହି କଳାକାର ମାନଙ୍କ ପାଇଁ ଜିଲ୍ଲାବାସି ଙ୍କ ମନ ରେ ଆନନ୍ଦ ଓ ଉତ୍ସହ ଦେଖିବାକୁ ମିଳିଛି |