27.8 C
Bhubaneswar
Tuesday, July 9, 2024
Homeଓଡିଶାକାଳବୈଶାଖୀ ସାଜିଲା ଗରିବଙ୍କ ଦୁଃଖ; କୁଆପଥର ମାଡ଼ରେ ଧନଜୀବନ ନଷ୍ଟ

କାଳବୈଶାଖୀ ସାଜିଲା ଗରିବଙ୍କ ଦୁଃଖ; କୁଆପଥର ମାଡ଼ରେ ଧନଜୀବନ ନଷ୍ଟ

ମାହାଙ୍ଗା : ମାହାଙ୍ଗା ବ୍ଳକ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବରେ ଧନଜୀବନ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ବର୍ଷା ପବନ ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବିଶେଷକରି ଆଜବେଷ୍ଟସ ଘରଗୁଡିକ ପ୍ରଭାବିତ ହୋଇଥିବାବେଳେ ପନିପରିବା ସାଙ୍ଗକୁ ମୁଗ, ବିରି ଫସଲ ସଂପୂର୍ଣ୍ଣ ଉଜୁଡିଯାଇଛି । ଏପରିକି କୁଆପଥର ମାଡ଼ରେ ଦୁଇଚକିଆ ଯାନବାହନଠାରୁ ଆରମ୍ଭକରି ଚାରିଚକିଆ ଯାନର କାଚ ଭାଙ୍ଗି ଚୁର୍‌ମାର୍ ହୋଇଯାଇଛି । କେଉଁଠି ଆଜବେଷ୍ଟସ ଚଦର କଣା ହୋଇଛି ତ କେଉଁଠି ବଡ଼ ବଡ଼ ଖଣ୍ଡ ଭାଙ୍ଗି ଗଳିପଡିଛି । ପବନରେ ଚାଳ ଛପର ଘର ଉଡି ଯିବା ଦ୍ୱାରା ଘର ଭିତରେ ଥିବା ଲୋକମାନେ କୁଆପଥର ମାଡରେ ଆହାତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।

ବୃକ୍ଷଲତା ଗୁଡିକର ପତ୍ର ଓ ଫଳ ଛିଡି ତଳେ ପଡିବା ସହ ଗଛଗୁଡ଼ିକ ପତ୍ର ଶୂନ୍ୟ ହୋଇପଡିଛି । ଏହି ବ୍ଳକର ସମସରପୁର, କଇଥା, ମୂଳବସନ୍ତ, କୁଣ୍ଡି, କୁହୁଣ୍ଡା, ଜଳେଶ୍ୱରପୁର, ବାଜପୁରା, କୁସୁପୁର, କୋଳିଅଠା, ବାସୁଦେବପୁର, ଶ୍ରୀକୃଷ୍ଣପୁର, ପଣସପୁର, ମଉଦା, ନୁର୍ତାଙ୍ଗ, ଭେଡା, ଆନନ୍ଦପୁର, ଚାପହାପଡା, ରାହାଣିଆ, ଉଷୁମା ସମେତ ୨୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ କୁଆପଥର ମାଡରେ ପ୍ରଭାବିତ ହୋଇଛି । ସେହିପରି ୨୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ମାହାଙ୍ଗାର ପ୍ରାୟ ହଜାର ହଜାର ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଥିବା ଜଣାଯାଇଛି । ବୟସ୍କ ଲୋକଙ୍କ କହିବା ଅନୁଯାୟୀ ଦୀର୍ଘ ୫୦ ବର୍ଷ ମଧ୍ୟରେ ଏଭଳି କୁଆପଥର ବୃଷ୍ଟି ହୋଇନଥିବା କହିଥିଲେ । କାଳବୈଶାଖୀର ପ୍ରଭାବରେ କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ ସରକାରୀ ସହାୟତ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking