ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ଫଳରେ ସାଧାରଣ ଜନ ଜୀବନ ପ୍ରଭାବିତ ହେଉଛି । ସକାଳୁ ଖରା ଓ ଗୁଳୁଗୁଳି ହେଉଥିବା ବେଳେ ଅପରାହ୍ଣରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳୁଛି । ଆଜି ମଧ୍ୟ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ୧୬ ଜିଲ୍ଲାକୁ ୟେଲ୍ଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ କାଳବୈଶାଖୀ ବର୍ଷା ସାଙ୍ଗକୁ କୁଆପଥର ମାଡ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ କରିଛି । କାଳବୈଶାଖୀ ପ୍ରଭାବରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡରେ ନରେନ୍ଦ୍ରପୁର ଗାଁରେ ଅନେକ ଲୋକଙ୍କ ଘରର ଆଜବେଷ୍ଟ ଛପର ଭାଙ୍ଗିବା ସହ ଆସବାବପତ୍ର ନଷ୍ଟ ହୋଇଛି । ମଙ୍ଗଳବାର ଅପରାହ୍ଣରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସି ପ୍ରବଳ ବର୍ଷା ସହ ଆସବାବପତ୍ର ନଷ୍ଟ ହୋଇଛି । ମଙ୍ଗଳବାର ଅପରାହ୍ମରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସି ପ୍ରବଳ ବର୍ଷା ସହ କୁଆପଥର ମାଡ ହୋଇଥିଲା । ବଡବଡ କୁଆପଥର ମାଡ ହେବାରୁ ନରେନ୍ଦ୍ରପୁର ଗାଁର ବହୁ ଲୋକଙ୍କ ଘର ଆଜବେଷ୍ଟସ, ଛପର ଭାଙ୍ଗିଛି । ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ପାଇଁ ସୁନାର ଫସଲ ଉଜୁଡି ଯାଇଛି । ଉଜୁଡା କ୍ଷେତ୍ରକୁ ଦେଖି ଚାଷୀଙ୍କ ଆଖିରୁ ଲୁହ ଶୁଖୁନି । ଅନେକ ସ୍ଥାନରେ କ୍ଷତିପୂରଣ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ।










