30.1 C
Bhubaneswar
Wednesday, February 11, 2026
Homeଅପରାଧକାଜଲ ତୁ ମୋ ସହ ଧୋକା କଲୁ କହି ଗୁଳି ମାରିଲା ପ୍ରେମିକ

କାଜଲ ତୁ ମୋ ସହ ଧୋକା କଲୁ କହି ଗୁଳି ମାରିଲା ପ୍ରେମିକ

ଝାନ୍‌ସୀ : ପ୍ରମିକର ଗୁଳିମାଡ଼ରେ ପ୍ରମିକା ମୃତ । ଉତ୍ତରପ୍ରଦେଶର ଝାନ୍‌ସୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମଧ୍ୟପ୍ରଦେଶର ଦତିଆ ଜିଲ୍ଲା ସୋନାଗିରି ଥାନା ଅନ୍ତର୍ଗତ ବରଗାଁ ନିବାସୀ ୨୨ ବର୍ଷୀୟ କାଜଲଙ୍କ ବିବାହ ଝାନ୍‌ସୀରେ ରାଜ୍‌ ନାମକ ଜଣେ ଯୁବକଙ୍କ ସହିତ ସ୍ଥିର ହୋଇଥିଲା। ଝାନ୍‌ସୀର ମେରେଜ ହଲ୍‌ ‘ନିଶା ଗାର୍ଡେନ’ରେ ବିବାହ ପାଇଁ ଆୟୋଜନ ଜାରି ଥିଲା ଓ ସଂପର୍କୀୟମାନେ ଆସିବା ଆରମ୍ଭ କରିଦେଇଥିଲେ। ବିବାହ ପାଇଁ ବିବାହମଣ୍ଡପରେ ଗୀତ-ନାଚର ଆସର ଆରମ୍ଭ ହୋଇ ଯାଇଥିଲା। ବରଯାତ୍ରୀ ଆସିବା ପୂର୍ବରୁ କନ୍ୟା ନିକଟସ୍ଥ ବିଉଟିପାର୍ଲରକୁ ଯାଇଥିଲେ। ତାଙ୍କ ସହିତ ଭଉଣୀ ନେହା ଓ ଅନ୍ୟ ସାଙ୍ଗମାନେ ମଧ୍ୟ ଯାଇଥିଲେ। କାଜଲ ପ୍ରସ୍ତୁତ ହେଉଥିଲେ। ତାଙ୍କର ମେକ୍‌ଅପ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲା। ଏହି ସମୟରେ ମୁହଁରେ ରୁମାଲ ବାନ୍ଧି ଜଣେ ଯୁବକ ପହଞ୍ଚି ଥିଲା ଓ ସିନେମା ଷ୍ଟାଇଲରେ କହିବାକୁ ଲାଗିଲା କି କାଜଲ ବାହାରକୁ ଆସ। ତୁମେ ମତେ ଧୋକା ଦେଇଛ। କିନ୍ତୁ କାଜଲ ବାହାରକୁ ଯିବା ପାଇଁ ମନା କରିଥିଲେ। ଏହା ପରେ ଦୁର୍ବୃତ୍ତ ପାର୍ଲର ଭିତରକୁ ଲକ୍ଷ୍ୟ କରି ଗୁଳି ମାରିଥିଲା। ଗୁଳିମାଡ଼ର ଶିକାର ହେଲା ପରେ କାଜଲ ରକ୍ତ ଜୁଡୁବୁଡ଼ୁ ହୋଇ ତଳେ ପଡ଼ିଯାଇଥିଲେ। ସୂଚନା ପାଇଁ ପୁଲିସ ଟିମ୍‌ ଓ ଆମ୍ବୁଲାନ୍ସ ପହଞ୍ଚି ଥିଲା। କାଜଲଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁଳି ମାରିଥିବା ବ୍ୟକ୍ତି ଆଶିକ ବୋଲି କୁହାଯାଉଛି। ପୁଲିସ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking