24.3 C
Bhubaneswar
Friday, June 6, 2025
Homeଦେଶ ବିଦେଶଜ୍ୟୋର୍ତିମଠ ଶଙ୍କରାଚାର୍ଯ୍ୟ ଆଣିଲେ ସଂଗୀନ ଅଭିଯୋଗ; କେଦାରନାଥରୁ ଗାଏବ ହୋଇଛି ୨୨୮ କେଜି ସୁନା

ଜ୍ୟୋର୍ତିମଠ ଶଙ୍କରାଚାର୍ଯ୍ୟ ଆଣିଲେ ସଂଗୀନ ଅଭିଯୋଗ; କେଦାରନାଥରୁ ଗାଏବ ହୋଇଛି ୨୨୮ କେଜି ସୁନା

ନୂଆଦିଲ୍ଲୀ:  ଦିଲ୍ଲୀର ବୁରାରୀ ପ୍ରାନ୍ତରେ ଏକ କେଦାରନାଥ ମନ୍ଦିରର ଶିଳାନ୍ୟାସକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ତୀବ୍ର ବିବାଦ ଦେଖାଦେଇଛି । ବିଶେଷ କରି ଶିବ ଉପାସକଙ୍କ ପକ୍ଷରୁ କେଦାରନାଥ ମନ୍ଦିର ନିର୍ମାଣକୁ ବିରୋଧ କରାଯାଉଛି । ତେବେ ଏସବୁ ବିବାଦ ମଧ୍ୟରେ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଜୀ ଏକ ବଡ଼ ତଥା ସଂଗୀନ ଅଭିଯୋଗ ଆଣିଛନ୍ତି । ଶଙ୍କରାଚାର୍ଯ୍ୟ, କେଦାରନାଥ ମନ୍ଦିରର ଗର୍ଭଗୃହ ଭିତରେ ସୁନାର ଆସ୍ତରଣ ଲଗାଇବା କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି । ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ଜୀ’ଙ୍କ କହିବାନୁସାରେ ଉତ୍ତରାଖଣ୍ଡ ସ୍ଥିତ ବିଶ୍ୱପ୍ରସିଦ୍ଧ କେଦାରନାଥଙ୍କ ମନ୍ଦିରରୁ ୨୨୮ କିଲୋ ଓଜନର ସୁନାକୁ ହଡପ କରିନିଆଯାଇଛି । ଏହାର ହିସାବ କିଏ ଦେବ? କାହିଁକି ଏହି ପ୍ରସଙ୍ଗକୁ ଲୋକଙ୍କ ସାମ୍ନାକୁ ଅଣାଯାଉନାହିଁ । କେଦାରନାଥଙ୍କ ମନ୍ଦିରରେ ଏପ୍ରକାର ଘୋଟାଲା କରିବା ପରେ ଏବେ ଦିଲ୍ଲୀରେ କେଦାରନାଥ ମନ୍ଦିର ନିର୍ମାଣ କରାଯିବାର ପ୍ରାସଙ୍ଗିକତା କ’ଣ ରହିଛି । ମନ୍ଦିର ନିର୍ମାଣ ଆଳରେ ଆଉ ଏକ ଦୁର୍ନୀତି କରିବାର ମାର୍ଗ ପ୍ରସ୍ତୁତ କରାଯାଉଛି ବୋଲି ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ଜୀ କହିଛନ୍ତି ।
ସୋମବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବାସଗୃହ ମାତୋଶ୍ରୀ’ ଗସ୍ତ ସାରି ଫେରିବା ଅବକାଶରେ ଗଣମାଧ୍ୟମ ପକ୍ଷରୁ ତାଙ୍କୁ ଦିଲ୍ଳୀରେ କେଦାରନାଥ ମନ୍ଦିର ନିର୍ମାଣ ଉପରେ ତାଙ୍କ ଆଭିମୁଖ୍ୟ କ’ଣ ରହିଛି ବୋଲି ପ୍ରଶ୍ନ କରିଥିଲେ । ଏହାର ଜବାବରେ ଶଙ୍କରାଚାର୍ଯ୍ୟ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ଉତ୍ତରାଖଣ୍ଡ କେଦାରନାଥ ମହାଦେବ ମନ୍ଦିରରେ ୧୨ ଜ୍ୟୋର୍ତିଲିଙ୍ଗଙ୍କ ସମାଗମ ଥିବା ବେଳେ ଏହାର ନକଲ କରିବା ଏବଂ ଦେଶରେ ଆଉ ଏକ କେଦାରନାଥ ମନ୍ଦିର ତୋଳିବାର କୌଣସି ଆବଶ୍ୟକତା ନାହିଁ । ଶଙ୍କରାଚାର୍ଯ୍ୟ କହିଛନ୍ତି, ‘କେଦାରନାଥରୁ ୨୨୮ କିଲୋ ସୁନା ଗାଏବ ହୋଇଥିବା ପ୍ରସଙ୍ଗରେ ତଦନ୍ତ ମଧ୍ୟ କରାଯାଉନାହିଁ । କିନ୍ତୁ ଏବେ ଦିଲ୍ଲୀରେ ଆଉ ଏକ କେଦାରନାଥ ନିର୍ମାଣ କରିବାର ଡ୍ରାମା କରାଯାଉଛି । ଏପରି ହୋଇପାରିବନି । ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ପୂର୍ବକ ଶଙ୍କରାଚାର୍ଯ୍ୟ କହିଛନ୍ତି, ରାଜଧାନୀ ଦିଲ୍ଲୀରେ କେଦାରନାଥ ମନ୍ଦିର ନିର୍ମାଣ ନାମରେ କେଦାରନାଥ ଧାମର ସମ୍ମାନ ଏବଂ ଗୁରୁତ୍ୱ ହ୍ରାସ କରିବାକୁ ଅପଚେଷ୍ଟା କରାଯାଉଛି ।
ପ୍ରକାଶ, ଗତ ବର୍ଷ କେଦାରନାଥ ମନ୍ଦିରର ଜଣେ ବରିଷ୍ଠ ପୂଜାରୀ କେଦାରନାଥ ମନ୍ଦିରରେ ସୁନାର ଆସ୍ତରଣ ଚଢାଇବା କାମରେ ୧୨୫ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଲଗାଇଥିଲେ । ସୁନା ବଦଳରେ ପିତ୍ତଳ ପ୍ରଲେପ ଲଗାଯାଇଥିବା ସେ ଅଭିଯୋଗ କରିଥିଲେ । ତେବେ ମନ୍ଦିର ସମିତି ଏହି ଅଭିଯୋଗକୁ ଖାରଜ କରିଦେଇଥିଲା ।  ସେବେଠାରୁ ଏହି ମାମଲା ଉପରେ ଆଉ ବିଶେଷ ଭାବେ ତର୍ଜମା ହୋଇନାହିଁ କିମ୍ବା ଏହାକୁ ନେଇ ଚର୍ଚ୍ଚା ମଧ୍ୟ କରାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking