19.1 C
Bhubaneswar
Friday, November 22, 2024
Homeଅପରାଧନାବାଳିକା ଦୁଷ୍କର୍ମ ମାମଲା; ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌, ୫୦ ହଜାର ଜୋରିମାନା

ନାବାଳିକା ଦୁଷ୍କର୍ମ ମାମଲା; ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌, ୫୦ ହଜାର ଜୋରିମାନା

ବ୍ରହ୍ମପୁର: ଜନୈକା ନାବାଳିକା ଦୁଷ୍କର୍ମ ମାମଲାର ଆଜି ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ଗଣେଶ୍ୱର ପତି ଶୁଣାଣି କରିଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରମାଣଙ୍କୁ ଭିତ୍ତି କରି ଜଜ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଗାଙ୍ଗପୁର ଥାନା ଅଞ୍ଚଳର ମଙ୍ଗୁଳୁ ନାୟକ(୩୦) ଜଣାପଡ଼ିଛି । ଏହା ସହ ୫୦ ହଜାର ଟଙ୍କାର ଜୋରିମାନା ଆଦାୟ କରିବାକୁ କୋର୍ଟ ନିର୍ଦ୍ଦେଶ କରିଛନ୍ତି । ଜୋରିମାନା ଅନାଦେୟ ଅଭିଯୁକ୍ତକୁ ଅଧିକ ୭ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଶୁଣାଣି କରିଛନ୍ତି । ଅନ୍ୟପକ୍ଷରେ ପୀଡିତା ନାବାଳିକାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୦୧୯ ଅଗଷ୍ଟରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳରେ ଥିବା ଏକ ଗ୍ରାମରେ ୧୨ ବର୍ଷୀୟ ନାବାଳିକା ଜଣଙ୍କ ତାଙ୍କ ଘରେ ଏକାକି ରହିଥିଲେ । ଏହାର ସୁଯୋଗ ନେଇ ସେହି ଗ୍ରାମର ଅଭିଯୁକ୍ତ ମଙ୍ଗୁଳୁ ନାୟକ ତାଙ୍କ ଘରକୁ ଆସିଥିଲେ । ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କୁ ଘରୁ ଡାକି ନେଇ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ ।

ସେଠାରେ ତାଙ୍କୁ ସେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଯାହାଫଳରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲେ । ପରେ ଏ ନେଇ ପୀଡ଼ିତା ନାବାଳିକା ଜଣଙ୍କ ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ । ଏ ନେଇ ପରିବାର ପକ୍ଷରୁ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୁଲିସ କେସ ନଂ ୧୯୩/୧୯ରେ ଏକ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ । ଏହା ମାମଲରେ ପୁଲିସ ଅଭିଯୁକ୍ତ ମଙ୍ଗୁଳୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତଦନ୍ତକାରୀ ଅଧିକାରୀ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ । ଏହାପରେ ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମାମଲାର ବିଚାରଣା ବେଳେ ୧୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ଗିରଫ ପରଠାରୁ ଅଭିଯୁକ୍ତ ମଙ୍ଗୁଳୁ ବ୍ରହ୍ମପୁର ଜେଲରେ ଥିବା ବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଆଜି କୋର୍ଟ ଉକ୍ତ ମାମଲାର ଶୁଣାଣି କରି ସମସ୍ତା ସାକ୍ଷ୍ୟ ପ୍ରମାମଣଙ୍କୁ ଭିତ୍ତିକରି ଉପରୋକ୍ତ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କାର ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking