ବ୍ରହ୍ମପୁର: ଜନୈକା ନବାଳିକାଙ୍କୁ ଦୁଷ୍କର୍ମ ମାମଲା ଆଜି ସ୍ୱତନ୍ତ୍ର ଫାଷ୍ଟଟ୍ରାକ ପୋକସ କୋର୍ଟ ଗଣେଶ୍ୱର ପତି ଶୁଣାଣି କରିଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାମକୁ ଭିର୍ତ୍ତି କରି ପାଟପୁର ଥାନା ଅନ୍ତର୍ଗତ ଗୁଣ୍ଡୁରୀଗୁଡା ଗ୍ରାମର ସିମିୟା ମଣ୍ଡଳକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଜରିମାନା ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅତିରିକ୍ତ ୭ ମାସ ସଶ୍ରମ ଜେଲ ଦଣ୍ଡରେ ଦଣ୍ଡିତ ପାଇଁ ସେ ରାୟ ପ୍ରକାଶ କରିଛନ୍ତି । ଏହି ମାମଲାର ବିଚାର ବେଳେ ମୋଟ ୧୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ଅନ୍ୟପକ୍ଷରେ ପିଡିତା ନାବାଳିକାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ଓଡ଼ିଶା ଆଇନ ସେବା ପ୍ରାଧିକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ୨୦୧୮ ଡିସେମ୍ବର ୬ତାରିଖରେ ସିମିୟା ଜନୈକା ନାବାଳିକାଙ୍କୁ ଭୟଭୀତ କରି ତାଙ୍କ ସହିତ ଦୁଷ୍କର୍ମ କରିଥିଲା । ଏହା ପରେ ସେ ଗର୍ଭବତୀ ହୋଇଥିଲେ । ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ପାଟପୁର ଥାନାରେ ୨୦୧୯ ମେ ୬ତାରିଖରେ ଅଭିଯୋଗ କରିଥିଲେ । ଏ ନେଇ ପୁଲିସ ଏକ ମାମଲା ରୁଜୁ ହୋଇଥିଲା । ପୁଲିସ ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତ ସିମିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫ ପର ଠାରୁ ଅଭିଯୁକ୍ତ ଜଗା ମଣ୍ଡଳକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଥିଲେ । ଏହି ମାମଲାରେ ତତ୍କାଳୀନ ପାଟପୁର ଥାନା ଏସ୍ଆଇ ପ୍ରୀତିମଞ୍ଜରୀ ଗଡ଼ନାୟକ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ । କୋର୍ଟ ଉକ୍ତ ମାମଲାର ଶୁଣାଣି କରି ଅଭିଯୁକ୍ତ ସିମିଅୟାକୁ ୨୦ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ମୋହନ ସିଙ୍ଗାରୀ ଓ ମୁଦାଲାଙ୍କ ତରଫରୁ ଆଇନଜୀବୀ ବୀରେନ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ ।