17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶସିଜେଆଇ ଭାବେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ୧୦୦ ଦିନ ପୂରା

ସିଜେଆଇ ଭାବେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ୧୦୦ ଦିନ ପୂରା

ନୂଆଦିଲ୍ଲୀ : ଭାରତର ପ୍ରଧାନ ବିଚାରପତି ରୂପେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଗୁରୁବାର ନିଜର ୧୦୦ ଦିନ ପୂରଣ କରିଛନ୍ତି । ତିନିମାସର ଏହି କାର୍ଯ୍ୟକାଳ ମଧ୍ୟରେ ସିଜେଆଇ ସୁପ୍ରିମ୍‌କୋର୍ଟରେ ୧୪ ହଜାରରୁ ଊର୍ଦ୍ଧ୍ୱ କେସ୍‌ର ଫଇସଲା କରିଛନ୍ତି । ତାଙ୍କ କାର୍ଯ୍ୟକାଳରେ ହିଁ ସୁପ୍ରିମ୍‌କୋର୍ଟର ରେଜିଷ୍ଟ୍ରି କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ପେପର୍ ଲେସ୍ ହୋଇଛି ।

ସିଜେଆଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳର ସବୁଠୁ ବଡ଼ କଥା ହେଲା ୨୦୨୨ ନଭେମ୍ବର ୯ରେ ସେ ଶପଥଗ୍ରହଣ କରିବା ପରଠାରୁ ଫେବୃଆରୀ ୧୫ ତାରିଖ ମଧ୍ୟରେ ସୁପ୍ରିମ୍‌କୋର୍ଟରେ ୧୩,୭୬୪ କେସ୍ ରୁଜୁ ହୋଇଥିବା ବେଳେ ୧୪,୨୦୯ କେସ୍‌ର ଫଇସଲା ହୋଇଛି । ସିଜେଆଇଙ୍କ ଉଦ୍ୟମରେ ୧୯୫୦ ପରଠାରୁ ପ୍ରଥମ ଥର ପାଇଁ ସୁପ୍ରିମ୍‌କୋର୍ଟର ସ୍ଥାପନା ଦିବସ ଆୟୋଜିତ ହୋଇଥିଲା । ଏଥିରେ ସିଙ୍ଗାପୁର ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତି (ସିଜେଏସ୍‌) ସୁନ୍ଦରେଶ ମେନନ୍ ଯୋଗ ଦେଇଥିଲେ । ନିକଟରେ ଆମେରିକା ଷ୍ଟେଟ୍ କୋର୍ଟରୁ ୨୩ ଜଜ୍‌ଙ୍କ ଏକ ପ୍ରତିନିଧିମଣ୍ଡଳୀ ସୁପ୍ରିମ୍‌କୋର୍ଟ ଗସ୍ତରେ ଆସି ସିଜେଆଇଙ୍କୁ ଭେଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking