29.1 C
Bhubaneswar
Wednesday, November 6, 2024
Homeଖେଳଜୁନିୟର୍ ମହିଳା ହକି ବିଶ୍ୱକପ୍ : କୋରିଆକୁ ହରାଇ ସେମିରେ ଭାରତ

ଜୁନିୟର୍ ମହିଳା ହକି ବିଶ୍ୱକପ୍ : କୋରିଆକୁ ହରାଇ ସେମିରେ ଭାରତ

ପୋଚେଫ୍‌ଷ୍ଟ୍ରୁମ୍‌: ଚଳିତ ଏଫ୍‌ଆଇଏଚ୍ ଜୁନିଅର୍ ମହିଳା ହକି ବିଶ୍ୱକପ୍ ସେମିଫାଇନାଲ୍‌ରେ ପ୍ରବେଶ କରିଛି ଭାରତ । ଏହି ଦଳ ପ୍ରତିଯୋଗିତାରେ ଶୁକ୍ରବାର ତା’ର ଅପରାଜେୟ ଧାରା ବଜାୟ ରଖି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । କ୍ୱାର୍ଟର୍ ଫାଇନାଲ୍‌ରେ ଦଳର ମୁକାବିଲା ସାଉଥ୍ କୋରିଆ ସହ ହୋଇଥିବା ବେଳେ ଏଥିରେ ୩-୦ ଗୋଲ୍‌ରେ ବିଜୟୀ ହୋଇଛି । ଏଥିସହ ପ୍ରତିଯୋଗିତାରେ ଦ୍ୱିତୀୟ ଥର ପାଇଁ ଭାରତ ସେମିଫାଇନାଲ୍‌ରେ ପ୍ରବେଶ କରିଛି । ଲିଗ୍ ପର୍ଯ୍ୟାୟରେ ୩ଟିଯାକ ମ୍ୟାଚ୍ ଜିତିଥିବା ଭାରତ ପକ୍ଷରୁ ମମତାଜ୍ ଖାନ୍‌, ଲାଲ୍‌ରିଣ୍ଡିକି ଓ ସଙ୍ଗୀତା କୁମାରୀ ଗୋଲ୍‌ଗୁଡ଼ିକ ସ୍କୋର୍ କରିଥିଲେ । ମ୍ୟାଚ୍ ପ୍ରାରମ୍ଭରୁ ଭାରତ ଦୁର୍ବଳ ପ୍ରଦର୍ଶନ କରିଥିଲେ ମଧ୍ୟ ୧୦ ମିନିଟ୍‌ରେ ଦଳକୁ ପେନାଲ୍‌ଟି କର୍ଣ୍ଣର୍ ମିଳିଥିଲା । ମମତାଜ କୌଣସି ତ୍ରୁଟି ନ କରି ଏହାକୁ ଗୋଲ୍‌ରେ ପରିଣତ କରିବା ଫଳରେ ଭାରତ ୧-୦ରେ ଆଗୁଆ ରହିଥିଲା । ଅଧିନାୟିକା ସଲିମା ଟେଟେ ପେନାଲ୍‌ଟି କର୍ଣ୍ଣର୍ ପୁଶ୍‌କୁ ସଂଗ୍ରହ କରି ଗୋଲ୍‌ପୋଷ୍ଟ୍ ଆଡ଼କୁ ମାରିବା ସମୟରେ ମମତାଜଙ୍କ ଡିଫ୍ଲେକ୍ସନ୍ ପ୍ରତିପକ୍ଷ ଗୋଲ୍‌କିପର୍‌ଙ୍କୁ ପରାସ୍ତ କରିଥିଲା । ଏଥିସହ ପ୍ରତିଯୋଗିତାରେ ମମତାଜ୍ ତାଙ୍କର ଷଷ୍ଠ ଗୋଲ୍ ସ୍କୋର୍ କରିଥିଲେ । ଏହି କ୍ୱାର୍ଟର୍ ଶେଷ ହେବାକୁ ମାତ୍ର କେଇ ସେକେଣ୍ଡ୍ ବାକି ଥିବା ବେଳେ ଲାଲରିଣ୍ଡିକି ଭାରତର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ । ଦୀପିକାଙ୍କ ରିଭର୍ସ ଶଟ୍‌କୁ କୋରିଆ ଗୋଲକିପର୍ ଇଉଞ୍ଜି କିମ୍ ବଲ୍‌କୁ ଅଟକାଇଥିଲେ ମଧ୍ୟ ବଲ୍ ରିବାଉଣ୍ଡ୍ ହୋଇ ଲାଲରିଣ୍ଡିକିଙ୍କ ପାଖକୁ ଆସିଥିଲା । ସେ ଏହାକୁ ଗୋଲ୍‌ରେ ପରିଣତ କରି ପ୍ରଥମ କ୍ୱାର୍ଟର୍ ଶେଷ ସୁଦ୍ଧା ଭାରତକୁ ୨-୦ରେ ଆଗୁଆ କରାଇଥିଲେ । ଦ୍ୱିତୀୟ କ୍ୱାର୍ଟର୍‌ରେ ଉଭୟ ଦଳ ପରସ୍ପରକୁ ଅତିକ୍ରମ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ କେହି ବି ଗୋଲ୍ ଦେବାରେ ସକ୍ଷମ ହୋଇ ନ ଥିଲେ । ବରଂ ଏହି କ୍ୱାର୍ଟର୍‌ରେ ଭାରତର ରକ୍ଷଣପନ୍ଥୀ ଖେଳାଳିମାନେ ବେଶ୍ ମଜଭୁତ ରହିଥିଲେ । ତେଣୁ ଗୋଲକିପର୍ ବିଚୁ ଦେବୀ ଖରିବାମଙ୍କ ଉପରେ କୋରିଆ ଖେଳାଳି କୌଣସି ଚାପ ପକାଇବାରେ ବିଫଳ ହୋଇଥିଲେ । ଦ୍ୱିତୀୟାର୍ଦ୍ଧ ଖେଳରେ କୋରିଆକୁ ପ୍ରଥମ ପେନାଲ୍‌ଟି କର୍ଣ୍ଣର୍ ମିଳିଥିଲେ ମଧ୍ୟ ସିଓନା କିମ୍‌ଙ୍କ ଶଟ୍ ବାର୍ ଉପରେ ଚାଲିଯାଇଥିଲା । ବରଂ ଭାରତ ୪୧ତମ ମିନିଟ୍‌ରେ କୋରିଆ ଗୋଲକିପର୍‌ଙ୍କ ଅସନ୍ତୁଳନର ଫାଇଦା ନେଇଥିଲା । ସଙ୍ଗୀତା କୁମାରୀ ଏହି ଗୋଲ୍ ଦେଇ ଭାରତକୁ ୩-୦ରେ ଆଗୁଆ କରାଇଥିଲେ । ଏହାପରେ ଆଉ କୌଣସି ଗୋଲ୍ ହୋଇପାରିନଥିଲା । ସେମିରେ ଭାରତ ଆସନ୍ତା ୧୦ରେ ନେଦରଲାଣ୍ଡ୍‌ସକୁ ଭେଟିବ । କାରଣ ନେଦରଲାଣ୍ଡ୍‌ସ ଅନ୍ୟ ଏକ କ୍ୱାର୍ଟର୍ ମୁକାବିଲାରେ ସାଉଥ୍ ଆଫ୍ରିକାକୁ ୫-୦ରେ ହରାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking