27.1 C
Bhubaneswar
Wednesday, March 11, 2026
Homeଓଡିଶା “ନ୍ୟାୟ ସଂହିତା ପ୍ରଦର୍ଶନୀ” ପରିଦର୍ଶନରେ ନ୍ୟାୟିକ ବିଭାଗର ଅଧିକାରୀ ଓ କର୍ମଚାରୀ

 “ନ୍ୟାୟ ସଂହିତା ପ୍ରଦର୍ଶନୀ” ପରିଦର୍ଶନରେ ନ୍ୟାୟିକ ବିଭାଗର ଅଧିକାରୀ ଓ କର୍ମଚାରୀ

ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା “ନ୍ୟାୟ ସଂହିତା ପ୍ରଦର୍ଶନୀ” ଏକ ମନୋଜ୍ଞ ପରିବେଶ ମଧ୍ୟରେ ସଫଳତାର ସହିତ ଜାରି ରହିଛି। ପଥପ୍ରାନ୍ତ ନାଟକ ତଥା ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କୁ ଭାରତର ନୂତନ ଅପରାଧିକ ଆଇନ ସମ୍ପର୍କରେ ଅବଗତ କରାଯାଉଛି ।ଏହି ଅବସରରେ ଆଜି ଭିନ୍ନ ଭିନ୍ନ ସମୟରେ ନ୍ୟାୟିକ ବିଭାଗର ଅଧିକାରୀ ଓ କର୍ମଚାରୀ, ରାଜ୍ୟର ବହୁ ପ୍ରତିଷ୍ଠିତ ସମ୍ବାଦପତ୍ର ତଥା  ବୈଦ୍ୟୁତିକ ଗଣମାଧ୍ୟମର ସମ୍ପାଦକ ଓ ବ୍ୟୁରୋ ଚିଫ୍‌, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା, ଗୃହ ବିଭାଗର ଅଧିକାରୀ ଓ କର୍ମଚାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ କ୍ରୀଡା ଓ ଯୁବ ସେବା ବିଭାଗର କ୍ରୀଡ଼ାବିତମାନେ ପ୍ରଦର୍ଶନୀକୁ ପରିଦର୍ଶନ କରି ଭାରତର ନୂତନ ଅପରାଧିକ ଆଇନ ସମ୍ପର୍କରେ ଅବଗତ ହୋଇଥିଲେ।

ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ସମ୍ପାଦକମାନଙ୍କ ସହ ନୂତନ ନ୍ୟାୟ ସଂହିତାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ନୂତନ ଆଇନ ବ୍ୟବସ୍ଥାରେ ପୀଡ଼ିତଙ୍କୁ ଦ୍ରୁତ ଓ ସୁନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବା ସହିତ ତଦନ୍ତ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ପ୍ରଯୁକ୍ତି ନିର୍ଭର ଓ ପ୍ରଭାବଶାଳୀ କରାଯାଇଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ । ଏହା ସହ ଫରେନସିକ ତଦନ୍ତ, ଡିଜିଟାଲ୍ ପ୍ରମାଣର ସ୍ୱୀକୃତି ଓ ସମୟସୀମା ମଧ୍ୟରେ ତଦନ୍ତ ପ୍ରକ୍ରିୟା ଭଳି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଦର୍ଶନୀରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ନୂତନ ଅପରାଧିକ ଆଇନରେ ତଦନ୍ତ ପ୍ରକ୍ରିୟା, ପୀଡ଼ିତଙ୍କ ଅଧିକାର, ବୈଜ୍ଞାନିକ କୌଶଳ ପ୍ରୟୋଗ, ଓ ଶୀଘ୍ର ନ୍ୟାୟ ପ୍ରଦାନ ବ୍ୟବସ୍ଥା ସମ୍ପର୍କରେ ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସଚେତନ କରାଯାଉଛି। କଳାକାର ମାନେ “ଅପରାଧସ୍ଥଳରୁ ହାଇକୋର୍ଟ ପର୍ଯ୍ୟନ୍ତ” ସମଗ୍ର ନ୍ୟାୟ ବ୍ୟବସ୍ଥାକୁ ଏକ ସମନ୍ୱିତ ଓ ଶିକ୍ଷା ମୂଳକ ଶୈଳୀରେ ପ୍ରଦର୍ଶିତ କରୁଛନ୍ତି, ଯାହା ସମାଜର ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କ ମହଲରେ ଆଦୃତ ହେଉଛି । ଅପରାଧ ଘଟଣାରୁ ଆରମ୍ଭ କରି ପୋଲିସ ତଦନ୍ତ ଓ ନ୍ୟାୟ ପ୍ରକ୍ରିୟା ପର୍ଯ୍ୟନ୍ତ ସମଗ୍ର ଘଟଣାକୁ ନାଟକ ମାଧ୍ୟମରେ ଦେଖାଯାଉଥିବାରୁ ଦର୍ଶକମାନେ ସହଜରେ ନୂତନ ଆଇନର ବିଭିନ୍ନ ପ୍ରାସଙ୍ଗିକତା ବୁଝିପାରୁଛନ୍ତି। ଏହି କାର୍ଯ୍ୟକ୍ରମ ଦର୍ଶକମାନଙ୍କ ମଧ୍ୟରେ ବେଶ ଆକର୍ଷଣ ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking