ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ଚୂଡ଼ାନ୍ତ ହୋଇଛି । ସେ ଆସନ୍ତା ୨୯ ଓ ୩୦ ତାରିଖ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଦଳର ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । ନଡ୍ଡାଙ୍କ ଗସ୍ତକୁ ନେଇ ବିଜେପିର କାର୍ଯ୍ୟକର୍ତ୍ତାଙ୍କ ମନରେ ଉତ୍ସାହ ଦେଖାଦେଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଜୀ ଓଡିଶାର ବିଜେପି ସଂଗଠନକୁ କିପରି ମଜବୁତ୍ କରିବେ ଓ ସମସ୍ତ ଦଳୀୟ କାର୍ଯ୍ୟକର୍ତା ଶ୍ରୀ ନଡ୍ଡା ଜୀଙ୍କ ଗସ୍ତକୁ ନେଇ ବହୁ ପ୍ରକାର ଯୋଜନା କରିଛନ୍ତି । ତାଙ୍କୁ ବିପୁଳ ସ୍ୱାଗତ କରାଯାଇ ଓଡିଶାର ପ୍ରମୁଖ କାର୍ଯ୍ୟକର୍ତା ଓ ବ୍ଲକ ଏପରି ତ୍ରିଦେବ କାର୍ଯ୍ୟକର୍ତାଙ୍କ ସମ୍ମିଳନୀ ହେବ ।
ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିବେ । ଆମ ନେତୃତ୍ୱରେ ସଂଗଠନକୁ ମଜବୁତ୍ କରିବା ପାଇଁ ଲୋକସଭାରେ ଯେଉଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେଥିରେ କ’ଣ ନିୟମ ରହିଛି ତା ଉପରେ ସମୀକ୍ଷା କରିବେ । ୭ଟି ସଂଗଠନରେ ଯୋଡି ହୋଇଥିବା ଅଧ୍ୟକ୍ଷ ଙ୍କ ଠାରୁ ଆରମ୍ଭ କରି ମଣ୍ଡଳ ଅଧ୍ୟକ୍ଷ, ଜିଲ୍ଲା ଅଧ୍ୟକ୍ଷ, ପ୍ରଭାରୀ ଓ ବୁଦ୍ଧିଜିବୀ ବର୍ଗଙ୍କ ସହ ମଧ୍ୟ ଆଲୋଚନା ରେ ବସିବେ । ମୋଦିଜୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଲଗାତାର ବିକାଶ କରିଛି । ଘର ନ ଥିବା ଲୋକଙ୍କୁ ଘର, ଶୌଚାଳୟ, ଉଜ୍ୱଳା ଯୋଜନା ଦ୍ୱାରା ଗ୍ୟାସ୍ ଯୋଗାଇବା, ଏପରି ଅନେକ ସମସ୍ୟାକୁ ଦୂର କରିବାରେ ଯେପରିକି ବେଟି ବଚାଅ ବେଟି ପଢାଅ, ମହିଳାଙ୍କୁ ସଶକ୍ତିକରଣ କରିବାରେ ଆଜି ଦେଶକୁ ଓଡିଶାର ଆଦିବାସୀ ମହିଳା ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି ରୂପେ ପାଇ ଓଡିଶା ଆଜି ଗୌରବ ମନେ କରୁଛି ଏପରି ଅନେକ ବିଷୟ ଉପରେ ଶ୍ରୀ ନଡ୍ଡା ସମୀକ୍ଷା କରିବେ । ଓଡିଶାରେ ଚାଲୁଥିବା ଯୋଜନାରେ ରାଷ୍ଟ୍ରୀୟ ଯୋଜନା ଯେପରିକି କିଷାନ୍ ସମ୍ମାନ ନିଧି ଯୋଜନା, ବେଟି ବଚାଅ ବେଟି ପଢାଅ, ଅଟଳ ବୀମା ଯୋଜନା ଏପରି ଅନେକ ଯୋଜନା ଚାଲୁଛି ତାହା ଦ୍ୱାରା ଅନେକ ଲାଭାନ୍ୱିତ ମଧ୍ୟ ହେଉଛନ୍ତି ଏହାକୁ ଶ୍ରୀ ନଡ୍ଡା ସ୍ୱାଗତ କରିବେ । ଶ୍ରୀ ନଡ୍ଡା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଓଡିଶା ଆଗକୁ ବଢିବା ପାଇଁ ପ୍ରାର୍ଥନା କରିବେ ବୋଲି ଦଳୀୟ ସୂତ୍ରରୁ ଜଣା ପଡ଼ିଛି ।