23.1 C
Bhubaneswar
Friday, November 22, 2024
Homeଓଡିଶାସାମ୍ବାଦିକଙ୍କୁ ସ୍କୁଲ ମନା ନାହିଁ –ଜିଲ୍ଲାପାଳ

ସାମ୍ବାଦିକଙ୍କୁ ସ୍କୁଲ ମନା ନାହିଁ –ଜିଲ୍ଲାପାଳ

ଭୁବନେଶ୍ୱର:ସ୍କୁଲ ଯାଇପାରିବେ ସାମ୍ବାଦିକ । ଗୋଟିଏ ଦିନର ବୋବାଲ ପରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସାମ୍ବାଦିକଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ଲାଗି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସରକାରଙ୍କ ନିର୍ଦ୍ଦେଶ ପରେ ରାଜନୀତି ଜୋର ଧରିଥିଲା । ତେବେ ଆଜି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି । ସାମ୍ବାଦିକମାନେ ସ୍କୁଲକୁ ଯାଇପାରିବେ, କିନ୍ତୁ କ୍ଲାସ ଟାଇମ୍ରେ ଯାଆନ୍ତୁନି । କ୍ଲାସ ସରିବା ପରେ ସେମାନେ ସ୍କୁଲ ଯାଇପାରିବେ ଓ ସମସ୍ୟା ବୁଝିପାରିବେ । ଏଥିପାଇଁ ପରିଚାଳନା କମିଟି ସହ ଆଲୋଚନା କରିବାକୁ ପଡ଼ିବ ବୋଲି ଜିଲ୍ଲାପାଳ କହିଛନ୍ତି ।ସୂଚନାଯୋଗ୍ୟ ଗଣମାଧ୍ୟମକୁ ସ୍କୁଲ କ୍ୟାଂପସ୍ ମନା କରାଯାଇଥିଲା । ବିନା ଅନୁମତିରେ ଗଣମାଧ୍ୟମ ପ୍ରତିନିଧି ସ୍କୁଲ୍ ଭିତରକୁ ପ୍ରବେଶ କରିପାରିବେ ନାହିଁ, କି ପିଲା ଓ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିପାରିବେ ନାହିଁ ବୋଲି କୁହାଯାଇଥିଲା ।ତେବେ ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର ଧରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking