18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶବିପଦରେ ଜନ୍‌ସନ୍ ସରକାର, ଇସ୍ତଫା ଦେଲେଣି ୨୭ ମନ୍ତ୍ରୀ

ବିପଦରେ ଜନ୍‌ସନ୍ ସରକାର, ଇସ୍ତଫା ଦେଲେଣି ୨୭ ମନ୍ତ୍ରୀ

ଲଣ୍ଡନ: ବିପଦରେ ଜନସନ ସରକାର । ଟଳମଳ ହେଲାଣି ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଗାଦି । ବର୍ତ୍ତମାନ ଜନ୍‌ସନ୍ ଙ୍କ ସରକାରରେ ମନ୍ତ୍ରୀଙ୍କ ଇସ୍ତଫା ସୁଅ ଛୁଟୁଛି । ପ୍ରଥମେ ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଦ ଓ ଅର୍ଥମନ୍ତ୍ରୀ ରିଷି ସୁନାକ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ମନ୍ତ୍ରୀ ଇସ୍ତଫା ଦେଇ ବୋରିସ ଜନ୍‌ସନ୍ ଙ୍କ ଚିନ୍ତା ବଢାଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨୭ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏଭଳି ଇସ୍ତଫା ଜାରି ରହିଲେ ଜନ୍‌ସନ୍ ଙ୍କ ସରକାର ଖୁବଶୀଘ୍ର ଭୁଶୁଡି ଯିବ ବୋଲି ଆଶଙ୍କା କରାଯାଉଛି । ଆଜି ଶିଶୁ ଓ ପରିବାର କଲ୍ୟାଣ ମନ୍ତ୍ରୀ ୱିଲ କୁଇନ୍ସ ଏବଂ ପରିବହନ ମନ୍ତ୍ରୀ ଲଉରା ଟ୍ରୋଟ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ପ୍ରଥମେ ଅର୍ଥମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେବା ପରେ ସେମାନେ ସିଧାସଳଖ ଜନ୍‌ସନ୍ ଙ୍କ ପ୍ରଧାନମନ୍ତ୍ରୀତ୍ୱ ଓ ସରକାର ଚଳାଇବାର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ । ସରକାରରେ ଏକାଧିକ ଦୁର୍ନିତୀ ଯୋଗୁଁ ସେମାନେ ରହିବାକୁ ଚାହୁଁ ନଥିବା ସଫା ସଫା କହିଥିଲେ ଦୁଇ ମନ୍ତ୍ରୀ । ଏବେ ଏକାଧିକ ମନ୍ତ୍ରୀଙ୍କ ଇସ୍ତଫା ସୁଅ ଛୁଟିବା ପରେ ଏବେ ଜନ୍‌ସନ୍ ସରକାରଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଛି । ଏହାକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking