26.1 C
Bhubaneswar
Friday, October 18, 2024
Homeଦେଶ ବିଦେଶବାଇଡେନଙ୍କ ପୋଷା କୁକୁର କାମୁଡାରେ ୧୧ ଯବାନ ଆହତ

ବାଇଡେନଙ୍କ ପୋଷା କୁକୁର କାମୁଡାରେ ୧୧ ଯବାନ ଆହତ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର କମାଣ୍ଡରକୁ ହ୍ବାଇଟ୍ ହାଉସରୁ ବାହାର କରିଦିଆଯାଇଛି । ସୂଚନାଥାଉକି, ଜୋ ବାଇଡେନଙ୍କ ପୋଷା କୁକୁର ହ୍ବାଇଟ୍ ହାଉସର ଅନେକ କର୍ମଚାରୀ ଏବଂ ସିକ୍ରେଟ ସର୍ଭିସ କର୍ମଚାରୀଙ୍କୁ କାମୁଡ଼ି ଦେଇଥିଲା । ଏଭଳି ପରିସ୍ଥିତିରେ ବାଇଡେନଙ୍କ ଦୁଇ ବର୍ଷର ଏହି ଜର୍ମାନ ଶେଫର୍ଡ କୁକୁରକୁ ଏକ ଅଜ୍ଞାତ ସ୍ଥାନକୁ ପଠାଯାଇଛି । ତେବେ ଆମେରିକାର ଗଣମାଧ୍ୟମରେ ଏହା ମଧ୍ୟ ଚର୍ଚ୍ଚା ହୋଇଥିଲା ଯେ, ରାଷ୍ଟ୍ରପତିଙ୍କ ପୋଷା କୁକୁର ଅନେକ କର୍ମଚାରୀଙ୍କୁ ଟାର୍ଗେଟ କରିଥିଲା, ଏହା ପରେ ହ୍ବାଇଟ୍ ହାଉସରୁ ‘କମାଣ୍ଡର’କୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଆମେରିକାର ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ନିୟୋଜିତ ସିକ୍ରେଟ୍ ସର୍ବିସର ୧୧ ଜଣ ଯବାନଙ୍କୁ କମାଣ୍ଡର କାମୁଡିଥିଲା । ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କମାଣ୍ଡର ଦ୍ବାରା ଆକ୍ରମଣର ଶିକାର ହୋଇଥିବା ଏହି ସଂଖ୍ୟା ବାସ୍ତବ ସଂଖ୍ୟା ଠାରୁ ବହୁତ କମ୍ । ଅର୍ଥାତ ଏହି ସଂଖ୍ୟାକୁ ହ୍ବାଇଟ୍ ହାଉସ ପକ୍ଷରୁ ଭୁଲ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking