ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ୨୦୨୫ ବର୍ଷରେ ଦୁଇ ଲକ୍ଷରୁ ଅଧିକ ନୂତନ ଜିଓଏୟାରଫାଇବର ଗ୍ରାହକଙ୍କୁ ଯୋଡିବା ସହିତ ହୋମ୍ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଏହାର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଡିସେମ୍ବର ୩୧, ୨୦୨୫ ସୁଦ୍ଧା ଜିଓର ଫିକ୍ସଡ଼ ୱାୟାରଲେସ୍ ଆକ୍ସେସ୍ (ଏଫ୍ଡବ୍ଲ୍ୟୁଏ) ସେବା ଜିଓଏୟାରଫାଇବରର ଓଡିଶାରେ ମୋଟ ଗ୍ରାହକ ସଂଖ୍ୟା ୩.୩୪ ଲକ୍ଷ ଅତିକ୍ରମ କରିଛି। ଏଥିରେ ୨.୮୭ ଲକ୍ଷରୁ ଅଧିକ ୫ଜି ଏଫ୍ଡବ୍ଲ୍ୟୁଏ ଗ୍ରାହକ ଏବଂ ୪୬୦୦୦ରୁ ଅଧିକ ୟୁବିଆର୍ ଏଫ୍ଡବ୍ଲ୍ୟୁଏ ଗ୍ରାହକ ରହିଛନ୍ତି। ଜିଓ ଏୟାରଫାଇବର ୨୦୨୫ ବର୍ଷରେ ଓଡ଼ିଶାରେ ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ତୁଳନାରେ ୪ ଗୁଣ ଅଧିକ ଏଫ୍ଡବ୍ଲ୍ୟୁଏ ଗ୍ରାହକ ଯୋଡ଼ିଛି। ତଥ୍ୟ ଅନୁଯାୟୀ, ଓଡ଼ିଶାରେ ମୋଟ ଏଫ୍ଡବ୍ଲ୍ୟୁଏ ଗ୍ରାହକ ସଂଖ୍ୟା ଜାନୁଆରୀ ୨୦୨୫ରେ ପ୍ରାୟ ୧.୫ ଲକ୍ଷ ଥିଲା, ଯାହା ଡିସେମ୍ବର ୨୦୨୫ରେ ୪ ଲକ୍ଷ ଅତିକ୍ରମ କରିଛି।
ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଦୃଢ଼ ଭିତ୍ତିଭୂମି ଏବଂ ଗ୍ରାହକ-ସର୍ବପ୍ରଥମ ନୀତି ସହିତ, ଜିଓ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାର ଡିଜିଟାଲ୍ ପରିବର୍ତ୍ତନକୁ ଆଗେଇ ନେଇଛି। ଜିଓ ଏୟାରଫାଇବର ଡିଜିଟାଲ୍ ବୈଷମ୍ୟକୁ ଦୂର କରିବା ସହ ଶେଷ ମାଇଲ୍ ଫାଇବର କନେକ୍ଟିଭିଟି ଚ୍ୟାଲେଞ୍ଜକୁ ଦୂର କରିବା ଏବଂ ସହର, ଉପକଣ୍ଠ ତଥା ଗ୍ରାମାଞ୍ଚଳରେ ଘର ଏବଂ ଛୋଟ ବ୍ୟବସାୟଗୁଡିକୁ ନିର୍ଭରଯୋଗ୍ୟ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ସଂଯୋଗ ପ୍ରଦାନ କରିବାରେ ସଫଳ ହୋଇଛି। ଏହା ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ, ୮୦୦ ରୁ ଅଧିକ ଟିଭି ଚ୍ୟାନେଲ୍, ୧୧ରୁ ଅଧିକ ଓଟିଟି ଆପ୍, ଅସୀମିତ ୱାଇଫାଇ ଏବଂ ଆହୁରି ଅନେକ ସୁବିଧା ପ୍ରଦାନ ଜରିଆରେ ଡିଜିଟାଲ୍ ଯୁଗରେ ଛାତ୍ରଛାତ୍ରୀ, ବୃତ୍ତିଗତ ପ୍ରଫେସନାଲ, ଉଦ୍ୟୋଗୀ ଏବଂ ପରିବାରଗୁଡିକୁ ଉନ୍ନତି କରିବା ପାଇଁ ସଶକ୍ତ କରୁଛି। ଡିସେମ୍ବର ୨୦୨୫ରେ ୨୬୦୦୦ ରୁ ଅଧିକ ନୂତନ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କୁ ଯୋଡିବା ସହିତ, ଜିଓ ଓଡ଼ିଶାରେ ହୋମ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିଛି।
ଡିସେମ୍ବର ୩୧, ୨୦୨୫ ସୁଦ୍ଧା ରାଜ୍ୟରେ ଜିଓ ନେଟୱାର୍କରେ ମୋଟ୍ ହୋମ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ୬.୯୨ ଲକ୍ଷ ଅତିକ୍ରମ କରିଛି। କେବଳ ଜିଓ ଏୟାରଫାଇବର ରାଜ୍ୟରେ ଡିସେମ୍ବରରେ ପ୍ରାୟ ୨୦୦୦୦ ନୂତନ ଗ୍ରାହକ ଯୋଡିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି। ଜାତୀୟ ସ୍ତରରେ, ଜିଓ ସର୍ବାଧିକ ୮.୭ ଲକ୍ଷ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି, ଯାହା ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ତୁଳନାରେ ଦୁଇଗୁଣ ରହିଛି। ଡିସେମ୍ବର ୩୧, ୨୦୨୫ ସୁଦ୍ଧା ଜିଓ ରାଜ୍ୟର ୱାୟାରଲେସ୍, ୱାୟାରଲାଇନ୍ ଏବଂ ଏଫ୍ଡବ୍ଲ୍ୟୁଏ ସେବା କ୍ଷେତ୍ରରେ ଓଡ଼ିଶାର ସର୍ବାଧିକ ପସନ୍ଦର ତଥା ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ହୋଇଛି। ଏହାର ରାଜ୍ୟରେ ଏକ କୋଟି ୭୨ ଲକ୍ଷରୁ ଅଧିକ ମୋବାଇଲ୍ ଗ୍ରାହକ, ୩.୮୫ ଲକ୍ଷରୁ ଅଧିକ ଜିଓଫାଇବର ଗ୍ରାହକ ଏବଂ ୩.୩୪ ଲକ୍ଷରୁ ଅଧିକ ଜିଓ ଏୟାରଫାଇବର ଗ୍ରାହକ ରହିଛନ୍ତି, ଯାହା ସାରା ଓଡ଼ିଶାରେ ଜିଓର ବ୍ୟାପକ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି ଦ୍ୱାରା ସମ୍ଭବ ହୋଇଛି।










