27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଝାଡ଼ଖଣ୍ଡ ଖଣି ନିଲାମ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରେ ଆଶ୍ୱସ୍ତି

ଝାଡ଼ଖଣ୍ଡ ଖଣି ନିଲାମ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରେ ଆଶ୍ୱସ୍ତି

ନୂଆଦିଲ୍ଲୀ: ଖଣି ନିଲାମ ଦୁର୍ନୀତି ମାମଲାରେ ଫସିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟରେ ଆଶ୍ୱସ୍ତି ମିଳିଛି । ସୋରେନ୍‌ଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ତଦନ୍ତ କରାଯିବା ପାଇଁ ସୁପ୍ରିମକୋର୍ଟରେ ତିନିଟି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା ।

ବୁଧବାର ଜଷ୍ଟିସ ୟୁ.ୟୁ.ଲଳିତ, ଜଷ୍ଟିସ ସୁଧାଂଶୁ ଧୁଲିଆ ଓ ଜଷ୍ଟିସ ଏସ.ଆର.ଭଟ୍ଟ୍‌ଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ପୀଠରେ ମାମଲାର ଶୁଣାଣି କରାଯାଇଥିବାବେଳେ ସୋରେନ୍‌ଙ୍କ ବିରୋଧରେ ପ୍ରସ୍ତାବିତ ଇଡି ତଦନ୍ତ ଉପରେ ରହିତାଦେଶ ଜାରି କରାଯାଇଛି । ସୂଚନାଯୋଗ୍ୟ ପୂର୍ବରୁ ଝାଡ଼ଖଣ୍ଡ ହାଇକୋର୍ଟ ସୋରେନଙ୍କ ବିରୋଧରେ ଇଡି ତଦନ୍ତ ପାଇଁ ଅନୁମତି ଦେଇଥିଲେ । ୨୦୧୦ରେ ସୋରେନ୍ ନିଜ ପରିବାର ସଦସ୍ୟଙ୍କ ନାମରେ ଜାଲ କମ୍ପାନୀ ଗଠନ କରି ବେଆଇନଭାବେ ଖଣି ନିଲାମ ହାତେଇ ନେଇଥିବା ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking