26.1 C
Bhubaneswar
Monday, November 25, 2024
Homeଦେଶ ବିଦେଶପୁଣି ଇଡି ସମନ୍‌କୁ ଏଡାଇଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ପୁଣି ଇଡି ସମନ୍‌କୁ ଏଡାଇଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜାରି କରାଯାଇଥିବା ସମନ୍‌କୁ ପୁଣି ଏଡାଇ ଯାଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଏହା ଇଡି ପକ୍ଷରୁ ପଞ୍ଚମ ସମନ୍ ଥିଲା । ତଦନୁଯାୟୀ ବୁଧବାର ରାଞ୍ଚିସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ହେମନ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଇଡି ସମନ୍ ବିରୋଧରେ ହେମନ୍ତ ଝାଡ଼ଖଣ୍ଡ ହାଇକୋର୍ଟରେ ଏକ ପିଟିସନ ଦାଏର କରିସାରିଛନ୍ତି । ହାଇକୋର୍ଟଙ୍କ ରାୟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ସେ ଇଡି ସମ୍ମୁଖରେ ହାଜର ହେବେ ନାହିଁ ବୋଲି ହେମନ୍ତ ସ୍ପଷ୍ଟ ମନା କରିଛନ୍ତି । ଜମି ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗରେ ହେମନ୍ତଙ୍କୁ ଏଭଳି ସମନ୍ ଇସ୍ୟୁ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking