29.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶଜେଇଇ ମେନ ୨୦୨୧ ପ୍ରଶ୍ନପତ୍ର ଭାଇରାଲ

ଜେଇଇ ମେନ ୨୦୨୧ ପ୍ରଶ୍ନପତ୍ର ଭାଇରାଲ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ହେଉଥିବା ଜେଇଇ ମେନ ମାର୍ଚ୍ଚ ୨୦୨୧ ପରୀକ୍ଷା ପ୍ରଶ୍ନପତ୍ର ସେଣ୍ଟରରୁ ବାହାରକୁ ଆସିଛି । ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ଯେ, ୧୬ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଅନଲାଇନ ପରୀକ୍ଷାର ଅନେକ ପ୍ରଶ୍ନପତ୍ର ଭାଇରାଲ ହୋଇଛି, ଯାହା ପରୀକ୍ଷାରେ ପଡିଥିବା ପ୍ରଶ୍ନପତ୍ର ସହ ସମାନ । ସେମାନେ କହିଛନ୍ତି, ବୁଧବାର ଦିନ ବି ଦୁଇଟି ସିଟିଂର ପ୍ରଶ୍ନପତ୍ର ଲିକ ହୋଇ ମୋବାଇଲରୁ ମୋବାଇଲ ଭାଇରାଲ ହୋଇଥିଲା । ଏହା ସେତେବେଳର କଥା, ଯେତେବେଳେ ଜେଇଇ ମେନ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରୁ ବାହାରକୁ ନେବା ପାଇଁ ଅନୁମତି ନଥିଲା । ଏହାବ୍ୟତୀତ ପରୀକ୍ଷା କେନ୍ଦ୍ରରେ ମୋବାଇଲ ତ ଦୂରର କଥା, କଲମ ମଧ୍ୟ ନେବା ପାଇଁ ବାରଣ ଥିଲା । ତେେବେ ଏନଟିଏ କହିଛି ଯେ, ଏମିତି ସମ୍ଭବ ନୁହେଁ । ଯଦି ଏମିତି ହୋଇଛି, ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ୧୬ ଓ ୧୭ ମାର୍ଚ୍ଚରେ ପ୍ରଶ୍ନପତ୍ର ଲିକ ହେବା ନେଇ ପରୀକ୍ଷାର୍ଥୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking