21.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗଜୁଲାଇ ୩ରେ ଜେଇଇ ଆଡଭାନ୍ସ ପରୀକ୍ଷା

ଜୁଲାଇ ୩ରେ ଜେଇଇ ଆଡଭାନ୍ସ ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ୩,୨୦୨୧ରେ ଅନୁଷ୍ଠିତ ହେବ ଜେଇଇ ଆଡଭାନ୍ସଡ । ଏହି ପରୀକ୍ଷାକୁ ଚଳିତ ଥର ଆଇଆଇଟି ଖଡଗପୁର ପରିଚାଳନା କରିବେ ବୋଲି ସୂଚନା ମିଳିଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କ । ଏହା ସହିତ ଶିକ୍ଷା ମନ୍ତ୍ରୀ ବିଭିନ୍ନ ଭାରତୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରେ ଆଡମିଶନ ପାଇଁ ପ୍ରକ୍ରିୟା ଏବଂ ଯୋଗ୍ୟତା ସହ ଜଡିତ ସୂଚନା ମଧ୍ୟ ବାଣ୍ଟିଛନ୍ତି । ଜେଇଇ ଆଡଭାନ୍ସ ପାଇଁ ୭୫ ପ୍ରତିଶତ ମାନଦଣ୍ଡ ହଟିଛି । ଜେଇଇ ଆଡଭାନ୍ସଡ ପରୀକ୍ଷା ତାରିଖ ସାଧାରଣତ  ସେପ୍ଟେମ୍ବରରେ ଘୋଷିତ ହୁଏ ଏବଂ ମେ ମାସରେ ଜେଇଇ ଆଡଭାନ୍ସଡ ପରୀକ୍ଷା ଅନୁଷ୍ଠିତ ହୁଏ । ତେବେ, ଚଳିତ ବର୍ଷ କରୋନୋଭାଇରସ୍ ମହାମାରୀ ହେତୁ ଜେଇଇ ଆଡଭାନ୍ସଡ୍ ପରୀକ୍ଷା 2021 ର ତାରିଖ ବିଳମ୍ବରେ ପ୍ରକାଶ ପାଇଛି । ଗତ ବର୍ଷ ଆଇଆଇଟି ଦିଲ୍ଲୀ ଜେଇଇ  ଆଡଭାନ୍ସଡ ପରୀକ୍ଷା କରିଥିଲା । ଯୁଗ୍ମ ପ୍ରବେଶିକା ପରୀକ୍ଷା ମେନ୍ (JEE Main) ସମଗ୍ର ଦେଶରେ ସ୍ନାତକୋତ୍ତର ଇଞ୍ଜିନିୟରିଂ ପ୍ରୋଗ୍ରାମରେ ଆଡମିଶନ ପାଇଁ କରାଯାଇଥାଏ । ଯେତେବେଳେ କି, ଜେଇଇ ଆଡଭାନ୍ସ ପରୀକ୍ଷା କେବଳ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରେ ଆଡମିଶନ ପାଇଁ କରାଯାଇଥାଏ । ଜେଇଇ ଆଡଭାନ୍ସ ପରୀକ୍ଷାରେ ହାଜର ହେବାକୁ ପ୍ରାର୍ଥୀଙ୍କୁ ଜେଇଇ ମେନ୍ କ୍ଲିୟର କରିବାକୁ ପଡିବ । ତଥାପି, COVID-19 ମହାମାରୀର ପ୍ରଭାବ ଯୋଗୁଁ ଜେଇଇ Advanced 2021 ରେ ଅନେକ ପରିବର୍ତ୍ତନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking