27.1 C
Bhubaneswar
Sunday, September 8, 2024
Homeଓଡିଶାଯାତ୍ରା ନୃତ୍ୟ ନିର୍ଦ୍ଧେଶକଙ୍କ ହୃଦଘାତରେ ମୃତ୍ୟୁ 

ଯାତ୍ରା ନୃତ୍ୟ ନିର୍ଦ୍ଧେଶକଙ୍କ ହୃଦଘାତରେ ମୃତ୍ୟୁ 

ଯାଜପୁର : ଏବ ଯାତ୍ରା ଯାତ୍ରୀ ଯାତ୍ରା ଜଗତ ରେ ଚାଳିତ ବର୍ଷ ପାଇଁ ନୂତନ ନାଟକ ର ଆଖଡ଼ା ଓ ରେଲେ ସେଲ ଚାଲିଚି l
ଏକ ଅପେରା ପାର୍ଟି ର ନୃତ୍ୟ ନିର୍ଦ୍ଦେଶନା ଚାଲି ଥିଲା ବେଳ ଏକ ଦୁଃଖ ଦ ଘଟଣା ଯାତ୍ରା ଜଗତ କୁ ଦୋଳାଇ ଦେଇଚି l ଏପରି ଅଭାବ ନୀୟ ଘଟଣା ଯାଜପୁର ଜିଲ୍ଲାର ଯଜ୍ଞସେନି ଅପେରା ପାର୍ଟି ରେ ହୋଇଚି l  ଯାତ୍ରା ଜଗତର ନୃତ୍ୟ ନିର୍ଦ୍ଧେଶକ ପୀତବାସ ନାୟକ (୫୧) ନେପାଙ୍କର ହୃଦଘାତରେ ଶୁକ୍ରବାର ମୃତ୍ୟୁ ଘଟିଛି | ଘଟଣାରୁ ପ୍ରକାଶଯେ ଷଠିପୁର ବ୍ରଜନଗର ଠାରେ ଯାଜ୍ଞସେନୀ ନାମକ ଯାତ୍ରା ପାର୍ଟିର ଆଖଡ଼ାରେ ପୀତବାସ କଳାକାର ମାନଙ୍କୁ ନୃତ୍ୟ ନିର୍ଦେଶନା ଦେଉଥିବା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ | ତାଙ୍କୁ ତୁରନ୍ତ ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣା ଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଖବରପାଇ ଯାଜପୁରରୋଡ଼ ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ଦାନଗଦି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ମୃତ ପୀତବାସଙ୍କ ଘର ଭଦ୍ରକ ଜିଲା ବନ୍ତ ଥାନା ଅନ୍ତର୍ଗତ ଗଭନପୁର ଗ୍ରାମରେ | ସେ ନାଟ୍ୟକାର ସୁଧାଂଶୁ ନାୟକଙ୍କ ପୁତୁରା ଅଟନ୍ତି | ଏହି ଘଟଣାରେ ଚଳଚିତ୍ର ଅଭିନେତା ତଥା ନାଟ୍ୟ ନିର୍ଦ୍ଧେଶକ ଅଶ୍ରୁ୍ମୋଚନ ମହାନ୍ତି ଙ୍କସହ ବୋହୁ ଯାତ୍ରା କଳାକାର ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସାହାଯ୍ୟ ଯୋଗାଇଦେବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking