30.1 C
Bhubaneswar
Friday, September 20, 2024
Homeଖେଳଜାପାନ ମାଷ୍ଟର୍ସ: ପ୍ରଥମ ରାଉଣ୍ଡ୍‌ରୁ ସାତ୍ୱିକ୍‌-ଚିରାଗ୍ ବିଦା

ଜାପାନ ମାଷ୍ଟର୍ସ: ପ୍ରଥମ ରାଉଣ୍ଡ୍‌ରୁ ସାତ୍ୱିକ୍‌-ଚିରାଗ୍ ବିଦା

କୁମାମୋତା : ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ସାତ୍ୱିକ୍‌ସାଇରାଜ୍ ରାଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କ ଭାରତୀୟ ଯୋଡ଼ିକୁ ଏଠାରେ ଆୟୋଜିତ ଜାପାନ ମାଷ୍ଟର୍ସ ସୁପର୍ ୫୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ରାଉଣ୍ଡ୍‌ରେ ମଙ୍ଗଳବାର ବଡ଼ ଧକ୍କା ଲାଗିଛି । ଟପ୍ ସିଡ୍ ଭାରତୀୟ ଯୋଡ଼ିକୁ ପୁରୁଷ ଡବଲ୍ସର ପ୍ରଥମ ରାଉଣ୍ଡ୍‌ରେ ବିଶ୍ୱର ୨୧ତମ ମାନ୍ୟତା ଲୁ ଚିଙ୍ଗ୍ ୟାଓ ଏବଂ ୟାଙ୍ଗ୍ ପୋ ହାନ୍‌ଙ୍କ ଚୀନା ତାଇପେଇ ଯୋଡ଼ି ଠାରୁ ୧୬-୨୧, ୨୧-୧୮, ୨୧-୧୬ରେ ପରାଜିତ ହୋଇଛନ୍ତି । ବିଶ୍ୱ ମାନ୍ୟତାର ୫ମ ସ୍ଥାନରେ ଥିବା ଭାରତୀୟ ଯୋଡ଼ି ଗତବର୍ଷ ଫ୍ରେଞ୍ଚ୍ ଓପନ୍ ଫାଇନାଲ୍‌ରେ ଲୁ ଓ ୟାଙ୍ଗ୍‌ଙ୍କ ଯୋଡ଼ିକୁ ପରାସ୍ତ କରିଥିଲେ ମଧ୍ୟ ତାଇୱାନ୍ ଖେଳାଳି ଜୋରଦାର ପ୍ରଦର୍ଶନ କରି ବିଜୟୀ ହୋଇଛନ୍ତି । ସାତ୍ତ୍ୱିକ୍‌-ଚିରାଗ ପ୍ରଥମେ ୦-୩ରେ ଥିବା ୧୧-୭ର ଅଗ୍ରଣୀ ଲାଭ କରିଥିଲେ ।

ତେବେ ତାୱାନ୍ ଖେଳାଳି ପ୍ରତ୍ୟାବର୍ତ୍ତନ କରି ୧୩-୧୩ ସମାନ ସ୍ତରକୁ ଆଣିଥିଲେ । ମାତ୍ର ସାତ୍ୱିକ-ଚିରାଗ ସିଧା ଚାରିଟି ପଏଣ୍ଟ୍ ଜିତି ପ୍ରଥମ ଗେମ୍‌କୁ ହାତେଇଥିଲେ । ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ଗେମ୍‌ରେ ଇଣ୍ଟରଭାଲ୍ ସୁଦ୍ଧା ତାଇୱାନ୍ ଯୋଡ଼ି ୧୧-୯ରେ ଆଗୁଆର ରହିଥିଲା । ଏହାପରେ ସାତ୍ୱିକ-ଚିରାଗ ସ୍କୋର୍ ୧୪-୧୪ କରିଥିଲେ ମଧ୍ୟ ପ୍ରତିପକ୍ଷ ଖେଳାଳି ମ୍ୟାଚ୍‌କୁ ନିର୍ଣ୍ଣାୟକ ଗେମ୍‌କୁ ନେଇଯାଇଥିଲେ । ନିର୍ଣ୍ଣାୟକ ଗେମ୍‌ରେ ଏକଦା ସ୍ଥିତି ୬-୬ରେ ଥିବାବେଳେ ଲୁ ଓ ୟାଙ୍ଗ୍ ଭାରତୀୟ ଯୋଡ଼ିର ଦୁର୍ବଳତା ଫାଇଦା ଉଠାଇ ମ୍ୟାଚ୍ ନିଜ ପକ୍ଷରେ କରିନେଇଥିଲେ । ଅନ୍ୟ ଭାରତୀୟଙ୍କ ମଧ୍ୟରେ ଏଚ୍‌ଏସ୍ ପ୍ରଣୟ, ଲକ୍ଷ୍ୟ ସେନ୍ ଏବଂ ପ୍ରିୟାଂଶୁ ରଜାୱତ୍ ପୁରୁଷ ସିଙ୍ଗଲ୍ସରେ ବୁଧବାର ନିଜ ନିଜର ଅଭିଯାନ ଆରମ୍ଭ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking