32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଜାପାନ୍ ଭୂକମ୍ପ, ମୃତ୍ୟୁ ସଂଖ୍ୟା ୩ଠ ଛୁଇଁଲା

ଜାପାନ୍ ଭୂକମ୍ପ, ମୃତ୍ୟୁ ସଂଖ୍ୟା ୩ଠ ଛୁଇଁଲା

ଟୋକିଓ: ଜାପାନ୍‌ରେ ଅନୁଭୂତ ଘନଘନ ଭୂକମ୍ପ ଝଟ୍‌କା ଯୋଗୁ ଏଠାରେ ଆସିଥିବା ବିପର୍ଯ୍ୟୟ ଜାପାନ୍‌କୁ ଚିନ୍ତାରେ ପକାଇଦେଇଛି । ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ୩ଠ ଛୁଇଁଛି । ସେହିପରି ଭୂକମ୍ପ ତଥା ସୁନାମୀ ପ୍ରଭାବିତ ଅଞ୍ଚଳରେ ଅନେକ ଲୋକ ଫସି ରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ରିପୋର୍ଟ ଅନୁସାରେ ଏବେ ବି ପ୍ରାୟ ୧୫୫ଜଣ ନିଖୋଜ ରହିଛନ୍ତି । ଏମାନଙ୍କୁ ଖୋଜିବା ପାଇଁ ପ୍ରଶାସନ ପକ୍ଷରୁ ନିରନ୍ତର ଚେଷ୍ଟା ଜାରି ରହିଛି ।

ସୂଚନାଯୋଗ୍ୟ ନୂଆବର୍ଷର ପ୍ରଥମ ଦିନ ସୋମବାର ୭.୬ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଏହାପରେ ଛୋଟବଡ କରି ଅନେକ ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ପ୍ରକାଶ, ଭୂମିକମ୍ପ ଉତ୍ପତ୍ତିସ୍ଥଳ ହାୱାଇ ସ୍ଥିତ ପ୍ରଶାନ୍ତ ମହାସାଗର ଠାରୁ ଜାପାନ ଉପକୂଳରେ ୩ଠଠ କିମି ମଧ୍ୟରେ ସୁନାମୀର ପ୍ରଳୟଙ୍କାରୀ ରୂପ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି ।

ଇଶିକାୱା ଜିଲ୍ଲାର ୱାଜିମା ସହର ସମୁଦ୍ର ଉପକୂଳରେ ଥିବା ବେଳେ ଏଠାରେ ୧.୨ ମିଟର ଉଚ୍ଚତାର ସୁନାମୀ ଆସିବା ଆଶଙ୍କା କରାଯାଉଛି । ସେହିପରି ନୋଟା ଉପଦ୍ୱୀପ ନିକଟରେ ୫ ମିଟର ପର୍ଯ୍ୟନ୍ତ ସୁନାମୀର ପ୍ରଭାବ ଦେଖାଦେଇପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା ବ୍ୟକ୍ତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking