18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶ୪ ବର୍ଷ ମଧ୍ୟରେ ବିଭିନ୍ନ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଛନ୍ତି ୭୦୦ ଯୁବକ

୪ ବର୍ଷ ମଧ୍ୟରେ ବିଭିନ୍ନ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଛନ୍ତି ୭୦୦ ଯୁବକ

ନୂଆଦିଲ୍ଲୀ: ଘାଟୀରେ ଯୁବକମାନଙ୍କୁ ପ୍ରୋତ୍ସାହିତ କରି ନିଜ ଆଡ଼କୁ ଟାଣିବାକୁ ଚେଷ୍ଟା କରୁଛନ୍ତି ଆତଙ୍କୀ ସଙ୍ଗଠନ। ଗତ ୪ ବର୍ଷ ମଧ୍ୟରେ ବିଭିନ୍ନ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହେଲେଣି ଜାମ୍ମୁ କାଶ୍ମୀରର ୭୦୦ ଯୁବକ। ସେମାନଙ୍କ ମଧ୍ୟରୁ ୨୦୧୮ରେ ୧୮୭ ଜଣ ବିଭିନ୍ନ ଆତଙ୍କୀ ସଙ୍ଗଠନରେ ସାମିଲ ହୋଇଥିବା ବେଳେ, ୨୦୧୯ରେ ୧୨୧ ଜଣ, ୨୦୨୦ରେ ୧୮୧ ଜଣ, ୨୦୨୧ରେ ୧୪୨ ଜଣ, ଏବଂ ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା ୬୯ ଜଣ ସାମିଲ ହୋଇଛନ୍ତି। ବିଶେଷକରି ଲଶ୍କର-ଏ-ତୈଇବା, ଦ ରେଜିଷ୍ଟାନ୍ସ ଫ୍ରଣ୍ଟ, ଜୈଶ-ଏ-ମହମ୍ମଦ, ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କୀ ସଙ୍ଗଠନ ଖୁବ୍ ସକ୍ରିୟ ରହିଛନ୍ତି। ସେପଟେ ଆତଙ୍କବାଦକୁ ମୂଳପୋଛ କରିବାକୁ ଆକ୍ସନ ମୁଡ୍ରେ ସୁରକ୍ଷାବାହିନୀ। ଚଳିତ ବର୍ଷ ଏଯାବତ୍ ୫୫ଟି ଏନକାଉଣ୍ଟରରେ ୧୨୫ ଆତଙ୍କବାଦୀଙ୍କୁ ନିପାତ କରିଛି ସୁରକ୍ଷାବାହିନୀ। ସେହିପରି ଏହି ଏନକାଉଣ୍ଟରରେ ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ଅପର ପକ୍ଷରେ ଏହି କାର‌୍ୟ୍ୟାନୁଷ୍ଠାନରେ ୨୦ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking