20.1 C
Bhubaneswar
Saturday, December 21, 2024
Homeଜାମ୍ମୁ କାଶ୍ମୀର ରାଜ୍ୟସଭା ନିର୍ବାଚନଜମ୍ମୁ କାଶ୍ମୀର ରାଜ୍ୟସଭା ନିର୍ବାଚନ : ଦୁଇଟି ଆସନରେ ଲଢୁଛନ୍ତି ଓମାର ଅବଦୁଲ୍ଲା

ଜମ୍ମୁ କାଶ୍ମୀର ରାଜ୍ୟସଭା ନିର୍ବାଚନ : ଦୁଇଟି ଆସନରେ ଲଢୁଛନ୍ତି ଓମାର ଅବଦୁଲ୍ଲା

ଜମ୍ମୁ କାଶ୍ମୀର : ମୁଫତିଙ୍କ ବିପରୀତ ଧାରାରେ ରହିଛନ୍ତି ଏନସି ନେତା ତଥା କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ସେ ତାଙ୍କ ସୋନୱାର ନିର୍ବାଚନ ମଣ୍ଡଳୀରୁ ଚଳିତଥର ନିର୍ବାଚନ ଲଢୁନାହାନ୍ତି । ଏହିଠାରେ ତାଙ୍କ ବାସଭବନ ଥିଲେ ସୁଦ୍ଧା ସେ ସେହି ଆସନକୁ ବର୍ତ୍ତମାନ ସୁରକ୍ଷିତ ମନେ କରୁନଥିବା ଅନୁମାନ କରାଯାଉଛି । ସେଥିପାଇଁ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓମାର ଗାନ୍ଦରବାଲ ଆସନ ସହ ବଡଗାମ ଆସନକୁ ବାଛିଛନ୍ତି । ଶ୍ରୀନଗର ସାଂସଦ ଆଗା ରୁହୁଲ୍ଲାଙ୍କର ବଡଗାମରେ କିଛି ପକେଟ ଭୋଟ ରହିଛି । ଯାହା ତାଙ୍କୁ ନିର୍ବାଚନ ଜିତିବାରେ ସାହାଯ୍ୟ କରିପାରିବ । ଓମାର ଅବଦୁଲ୍ଲା ଦୁଇ ଦଶନ୍ଧି ପରେ ଗାନ୍ଦରବାଲରୁ ନିର୍ବାଚନ ଲଢୁଛନ୍ତି । ୨୦୦୨ ରେ ଓମାର ଏହି ଆସନରୁ ପିଡିପି ପ୍ରାର୍ଥୀ କାଜି ଆଫଜଲଙ୍କଠାରୁ ପରାସ୍ତ ହୋଇଥିଲେ । ସମସ୍ତ ରାଜନୈତିକ ଉତ୍ତରାଧିକାରୀ ଦଳ ସେମାନଙ୍କର ଅସ୍ତିତ୍ୱ ଓ ବିଜୟ ପାଇଁ ଆପ୍ରାଣ ଚେଷ୍ଟାରେ ଲାଗିଛନ୍ତି । ଯଦି ଜନାଦେଶ ବିଖିପ୍ତ ହୁଏ, ତେବେ ମେଣ୍ଟ ସରକାର ଗଠନ ହେବା ଏକପ୍ରକାର ନିଶ୍ଚିତ । ଏପରି ସମୟରେ କେଉଁ ଦଳ ଅଧିକ ଆସନ ହାତେଇବ ଓ ତାର ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ମତାଦାତଙ୍କ ଅଧିକ ଅଂଶଗ୍ରହଣ ଇଞ୍ଜିନିୟର ରସିଦ ଓ ତାଙ୍କ ଗୋଷ୍ଠୀକୁ ଲାଭାନ୍ବିତ କରିବ । କାରଣ ଭୋଟିଂ ପ୍ରତିଶତ ପୂର୍ବ ପରି କମ ରହିଲେ, ପୁରୁଣା ଦଳମାନଙ୍କୁ ସୁହାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking