30.1 C
Bhubaneswar
Tuesday, February 10, 2026
Homeଓଡିଶାଯାଜପୁରରୋଡ-ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ଜନଜାଗରଣ ଅଭିଯାନ ଆରମ୍ଭ

ଯାଜପୁରରୋଡ-ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ଜନଜାଗରଣ ଅଭିଯାନ ଆରମ୍ଭ

ଯାଜପୁର : ଯାଜପୁର ରୋଡ-ଧାମରା ରେଳପଥ ପାଇଁ ପ୍ରସ୍ତୁତ ଡିପିଆର ଚୁଡାନ୍ତ ହୋଇଥିବା ବେଳେ ଏହାର ଶିଘ୍ର ମଂଜୁରୀ ପାଇଁ ଜନଜାଗରଣ ଅଭିଯାନ ଆରମ୍ଭ ହୋଇଛି । ଯାଜପୁରରୋଡ- ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମ୍ମିଳନୀରେ ପରିଷଦର ସଭାପତି ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ ଯୋଗ ଦେଇ ଆଗାମୀ ଦିନରେ ଏହି ପ୍ରକଳ୍ପ ପାଇଁ ନୂଆଦିଲ୍ଲୀରେ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରିିଥିଲେ । ପରିଷଦର ଆବାହକ ପଦ୍ମାକର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯାଜପୁର ପୌରପାଳିକା ର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ,ବିଜେଡି ନେତା ଭବ ପ୍ରସାଦ ଦାସ, କଂଗ୍ରେସ ଜିଲା ସଭାପତି ମନୋଜ ରାଉତ, କଂଗ୍ରେସ ନେତା ସନ୍ତୋଷ ନନ୍ଦ, ତପନ ମହାରଣ୍ୟଶର୍ମାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ଯୋଗ ଦେଇ ଏହି ପ୍ରକଳ୍ପ ର ମଂଜୁରି ପାଇଁ ସମସ୍ତେ ସହଯୋଗ କରିବେ ବୋଲି ମତ ଦେଇଥିଲେ । ଏହି ସମ୍ମିଳନୀରେ ସ୍ଥାନୀୟ ଅଞ୍ଚଳର ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀଙ୍କ ସମେତ ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲାରୁ ଅନେକ ପ୍ରତିନିଧି ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking