19.1 C
Bhubaneswar
Friday, November 22, 2024
Homeଓଡିଶାବଡ଼ଚଣା ବ୍ଲକ ପାଇଁ ଲାଗୁ ହୋଇନାହିଁ କି 'ମାେ ସରକାର୍ ଓ ଫାଇଭ୍-ଟି' ?

ବଡ଼ଚଣା ବ୍ଲକ ପାଇଁ ଲାଗୁ ହୋଇନାହିଁ କି ‘ମାେ ସରକାର୍ ଓ ଫାଇଭ୍-ଟି’ ?

ଯାଜପୁର : ଯାଜପୁର ଜିଲ୍ଲାର ବଡ଼ଚଣା ନିର୍ବାଚନ ମଣ୍ଡଳୀ ବଡ଼ଚଣା ବ୍ଲକରେ ମୋ ସରକାର ଓ 5ଟି କାର୍ଯ୍ୟକ୍ରମ କଣ ଲାଗୁ କରାଯାଇ ନାହିଁ l ଯଦି ଲାଗୁ କରାଯାଇଛି ତାହା ଲାଗୁ କରାଯାଉ ନାହିଁ l ଶ୍ରୀ ସାହୁ ଦୃଷ୍ଟାନ୍ତ ଗୁଡିକ ଟୁଇଟି ଯୋଗେ ମୁଖ୍ୟମନ୍ତ୍ରୀ, ମୋ ସରକାର 5ଟି ସଚିବ, ମୁଖ୍ୟ ଶାସନ ସଚିବ ଓ ପଂଚାୟତ ବିଭାଗ ପ୍ରମୁଖଙ୍କୁ ଅବଗତ କରିଛନ୍ତି l ବଡ଼ଚଣା ବ୍ଳକରେ ବିଡ଼ିଓ ଭାବେ ପ୍ରାୟ ସାଢେ଼ ଚାରି ବର୍ଷ ହେଲାଣି କାମ କରୁଛନ୍ତି ବାବୁ ଅଜିତ୍ ପ୍ରସାଦ ନାରାୟଣ ଗିରି । ଠିକ୍ ସେମିତି ଏହି ବ୍ଳକରେ ସହକାରୀ ଯନ୍ତ୍ରୀ ଭାବେ ପ୍ରାୟ ପାଞ୍ଚ ବର୍ଷ ଧରି କାମ କରୁଛନ୍ତି ବାବୁ ବିପିନ ବିହାରୀ ସେଠୀ । ଆଉ ପୁଣି ସେଇ ବଡ଼ଚଣା ବ୍ଳକର ଶାନ୍ତିପୁର ଗ୍ରାମରେ ହିଁ ସେଠୀ ବାବୁଙ୍କ ଘର । ଦିହେଁ ବି କ୍ଲାସ୍-୧ ଅଧିକାରୀ ଅଟନ୍ତି ! କିନ୍ତୁ ଏଭଳି ଅଧିକାରୀମାନଙ୍କ କାର୍ଯ୍ୟର ସ୍ବଚ୍ଛତା ଦୃଷ୍ଟିରୁ ପ୍ରତି ତିନି ବର୍ଷ ଅନ୍ତରରେ ସେମାନଙ୍କ ପାଇଁ ଯେଉଁ ବଦଳି ନିୟମ ସରକାରଙ୍କର ରହିଛି ତାହା କାହା ସ୍ୱାର୍ଥରେ ତେବେ ଏହି ଦୁଇ ବାବୁଙ୍କ ପାଇଁ ଲାଗୁ ହେଉ ନାହିଁ ?

ଆଉ ସହକାରୀ ଯନ୍ତ୍ରୀ ଜଣକ ପୁଣି ଜଣେ କନିଷ୍ଠ ଶ୍ରେଣୀ-୧ ପାହ୍ୟାର ଅଧିକାରୀ ହୋଇଥିଲା ତାଙ୍କୁ ନିଜ ବ୍ଲକରେ କେମିତି ନିଯୁକ୍ତି ଦିଆଯାଇ କାର୍ଯ୍ୟ କରିବାର ସୁଯୋଗ ମିଳିଛି ତାହା ତ ଆହୁରି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ! ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ଆହୁରି ସ୍ବଚ୍ଛତା ଆଣିବାକୁ କୁଆଡ଼େ ରାଜ୍ୟ ସରକାର ‘ମାେ ସରକାର୍ ଓ ଫାଇଭ୍-ଟି’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ! ହେଲେ ନିଜ ପଦ ସୁରକ୍ଷିତ ରଖିବାକୁ ଯାଇ ସ୍ଥାନୀୟ ଶାସକ ଦଳର ନେତାଙ୍କ ବୋଲକରା ସାଜି ସେମାନଙ୍କୁ ତୋଷମୋଦ କରିବା ପାଇଁ ଯାବତ୍ ପ୍ରକାର ଅନିୟମିତ କାର୍ଯ୍ଯ ଓ ଦୁର୍ନୀତି କରି ଆସୁଥିବା ବାବୁମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା ଘଟଣାରୁ ସେମାନଙ୍କ ପ୍ରଭାବ ନିକଟରେ ‘ମାେ ସରକାର୍ ଓ ଫାଇଭ୍-ଟି’ ସତେ ଯେମିତି ଆଣ୍ଠେଇ ପଡ଼ିଥିବା ଏଠାରେ ସ୍ପଷ୍ଟ ଅନୁମେୟ ହେଉଛି !

ସରକାର କଣ କେବଳ ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ଏହି ‘ମାେ ସରକାର୍ ଓ ଫାଇଭ୍-ଟି’ କାର୍ଯ୍ୟକ୍ରମକୁ ଏକ ଧୂଆଁବାଣ କରୁଛନ୍ତି କି ? ଯଦି ନୁହଁ ତ ତେବେ ଏହି ଦୁଇ ଅଧିକାରୀଙ୍କୁ ତୁରନ୍ତ ଏଠାରୁ ଅନ୍ୟତ୍ର ଅପସାରଣ କରି ସେମାନଙ୍କ ସ୍ଥାନରେ ଅନ୍ୟ ଅଧିକାରୀଙ୍କୁ ସରକାର ନିଯୁକ୍ତ କରି ସ୍ବଚ୍ଛତା ଅବଲମ୍ବନ କରନ୍ତୁ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking