ଯାଜପୁର : ଓଡିଶା ଲେଖିକା ସଂସଦ, ଯାଜପୁର ଶାଖାର ନୂଆବର୍ଷ ବନ୍ଧୁମିଳନ ଓ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ ଆବାହିକା ସଂଯୁକ୍ତା ମହାପାତ୍ରଙ୍କ ଆବାହନରେ ଜାରକା ସ୍ଥିତ ତ୍ରିନାଥ ମନ୍ଦିରରେ ଶଖାର ବରିଷ୍ଟ ସଦସ୍ୟା ବିଦ୍ୟୁତଲତା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ସମସ୍ତ ସଫଳ ଆୟୋଜିକା ମିନତି ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ସଭା ପରିଜାଳନା କବି ପଦ୍ମଜା ଶରଣ କରିଥିଲେ । ସଭାର ଆଭିମୁଖ୍ୟ ସରିତା ପୃଷ୍ଟି ପାଠକରିଥିଲେ । ଶାଖାର ବାର୍ଷିକ ଉତ୍ସବ ଆସନ୍ତା ମାର୍ଚ୍ଚ ୫ ତାରିଖ ଦିନ ଓଳାଶୁଣି ଠାରେ କବିି ଅମ୍ରିତାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେବା ସହିତ ସଭାର ରୂପରେଖ ବରିଷ୍ଠ ସଦସ୍ୟା କବି ମିରିନା ମହାନ୍ତି ପ୍ରକାଶକରିଥିଲେ।
ଏହି ଅବସରରେ ଦୁଇଜଣଙ୍କ ବରିଷ୍ଟ ସାରସ୍ୱତ ସାଧିକାଙ୍କୁ ସମ୍ବର୍ଦ୍ଧନା କରାଯିବା ସହିତ ରାଜ୍ୟ ଲେଖିକା ସଂସଦର କର୍ମ କର୍ତ୍ତାମାନଙ୍କୁ ଆମନ୍ତ୍ରଣ କରାଯିବା ସହିତ ରାଜ୍ୟର ସମସ୍ତ ଶାଖାର ବହୁ ବରିଷ୍ଠ ସୁନାମଧନ୍ୟା ସାଧକସାଧିକା ମାନେ ଏହି ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସମସ୍ତଙ୍କ ଦ୍ୱାରା ଅନୁଦିତ ‘ଯଜ୍ଞା’ ନାମକ ମୁଖପତ୍ର ପ୍ରକାଶିତ ହେବ ବୋଲି ସର୍ବସମ୍ମତିକ୍ରମେ ସ୍ଥିର ହେଲା । ‘ସାହିତ୍ୟ ଦର୍ପଣ’ର ସମ୍ପାଦକ ବିମଳ ପତି ପହଂଛି ତାର ସଦ୍ୟ ପ୍ରକାଶିତ ‘ମିଠା କଳଙ୍କର ରାତି’ ସମସ୍ତଙ୍କୁ ଉପହାର ଦେବା ସହିତ ସଂସଦକୁ ୧୦୦୦ ଅର୍ଥରାଶି ପ୍ରଦାନ କରିଥିଲେ ।
ଜିଲ୍ଲାର ବରିଷ୍ଠ ଲେଖିକା ମାନଙ୍କ ଅନୁଭୁତିକୁ ମାଗଦର୍ଶନ ଭାବେ ଗ୍ରହଣ କରି ନୂତନ ଲେଖିକାମାନଙ୍କୁ ଅନୁପ୍ରାଣିତ କରାଯିବ ବୋଲି ଆଲୋଚନା ପ୍ରକାଶ ପାଇଥିଲା । ଏହି ସଭାର ପରିଚାଳନା ଦାୟିତ୍ୱ ଜିଲ୍ଲାର ତିନିଗୋଟି ପିଢିର ୨୯ଜଣ ଲେଖିକା ସମ୍ପାଦନ କରିଥିବା ବେଳେ ବିଶିଷ୍ଠ ପ୍ରାବନ୍ଧିକା ଇନ୍ଦୁପ୍ରଭା ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।