ଯାଜପୁର : ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନ ଦାନଗଦି ଫାଣ୍ଡି ଅନ୍ତର୍ଗତ ବାଳୁଙ୍ଗାବନ୍ଦୀ ଗ୍ରାମରେ ନିମ୍ନମାନର ରାସ୍ତାକାମକୁ କେନ୍ଦ୍ର କରି ବିଜେଡ଼ି 2ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଉପୁଜି ଥିଲା। ଗୋଟିଏ ଗୋଷ୍ଠୀ ନିମ୍ନମାନର କାର୍ଯ୍ୟକୁ ବିରୋଧ କରୁଥିଲା ବେଳେ ଅନ୍ୟ ଗୋଷ୍ଠୀ ଠିକାଦାରକୁ ସଫଟ କରିଥିଲେ । ଫଳରେ 2ଗୋଷ୍ଠୀ ମଧ୍ୟ ସଙ୍ଘର୍ଷ ତ୍ରୀବ୍ର ରୂପ ଧାରଣ କରିଥିଲେ l ଏହା ଭୟଙ୍କର ରୂପ ନେଇଥିଲା ଦୁଇ ଗୋଷ୍ଠୀ ବିଜେଡ଼ି ଦଳର ଏବଂ ଗୋଟିଏ ଗ୍ରାମର ହୋଇଥଲେ ମଧ୍ୟ ପରସ୍ପର ଭାଇଚାରାକୁ ଭୁଲିଯାଇ ନିଜ ନିଜ ମଧ୍ୟରେ ରକ୍ତାତ ସଂଘର୍ଷ କରିଥିଲେ । ଏହି ସଂଘର୍ଷରେ ନିମ୍ନମାନର ରାସ୍ତା କାମକୁ ବିରୋଧ କରୁଥିବା ଅମୂଲ୍ୟ ମହାନ୍ତି ,ଦିପକ ମହାନ୍ତି ଓ ପଦନ ମହାନ୍ତି ଗୁରୁତର ହୋଇ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ ।
ସେମାନଙ୍କୁ ଅପର ପକ୍ଷର ରବିନ୍ଦ୍ର ରାଉତ,ଚନ୍ଦନ ରାଉତ,ବାବିନ ରାଉତ, ଆକ୍ରମଣ କରିଛନ୍ତି ବୋଲି ଦାନଗଦି ଫାଣ୍ଡିରେ ଅଭିଯୋଗ କରିଥିଲେ । ଅନ୍ୟପଟେ ବିଜେଡ଼ି ଦଳର ଅନ୍ୟ ଗୋଷ୍ଠୀର 4 ଜଣ ମଧ୍ୟ ଆହତ ହୋଇଥିଲେ ଏହି ସଂଘର୍ଷରେ ଦୁଇ ଗୋଷ୍ଠୀର 7 ଜଣ ଆହତଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ତୁରନ୍ତ କଟକ scb ମେଡିକାଲକୁ ପଠାଯାଇଅଛି l ଏହାକୁ ନେଇ ଦାନଗଦି ଫାଣ୍ଡିରେ ଦୁଇ ଗୋଷ୍ଠୀ ପକ୍ଷରୁ ଲିଖିତ ଅଭିଯୋଗ କରିଛନ୍ତି l ଶୁକ୍ରବାର ଏଭଳି ଅଭାବନୀୟ ଘଟଣା ପାଇଁ ପ୍ରଶାସନ ଦାୟୀ ବୋଲି ଆହାତ ବ୍ୟକ୍ତିମାନେ କହିଛନ୍ତି ।