ଯାଜପୁର (ଓଏନଏ): ଆଜି ବ୍ୟାସନଗର ପୌର ପ୍ରଶାସନ ର ମନମୁଖୀ ଟିକସ ବୃଦ୍ଧି, ୟୁଜର୍ସ ଫିସ ନାମରେ ନିର୍ମାଣ ଶ୍ରମିକ ମାନଙ୍କ ଠାରୁ ଏକ ହଜାର ଟଙ୍କା ଆଦାୟ କରିବା, ମହାମାରୀ କରୋନା ରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଆସିଥିବା କରୋନା ସହାୟତା ନ ଦେବା, ଉଠା ଦୋକାନୀ ମାନଙ୍କୁ ପଞ୍ଜିକୃତ କରିଥିଲେ ମଧ୍ୟ ସମସ୍ତ ଙ୍କୁ ସହାୟତା ରାଶି ନ ଦେବା, ସଫେଇ କର୍ମଚାରୀ ମାନଙ୍କୁ 6ମାସର ବକେୟା ଦରମା ନ ଦେବା, ଦୀର୍ଘ ଦିନ ଧରି ବସ୍ତି ଅଞ୍ଚଳରେ ରହିଆସୁଥିବା ବସ୍ତି ବାସିନ୍ଦା ଓ ଭୂମି ହୀନ ମାନଙ୍କୁ ସ୍ଥାୟୀ ପଟ୍ଟା ଦେବା ପରିବର୍ତ୍ତେ ଯୋଗ୍ୟତା ପ୍ରମାଣ ପତ୍ର ଦେଇ ପ୍ରତାରଣା କରିବା ଘଟଣା ବିଶେଷ କରି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ନାମରେ ଥିବା ଅଭିଯୋଗ ପ୍ରମାଣିତ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପ୍ରତିବାଦ ରେ ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଙ୍ଘ ଓ ଓଡିଶା କନ୍ଷ୍ଟ୍ର କ ସନ ୱାର୍କରସ ୟୁନିଅନ ୯ ଦଫା ଦାବି କୁ ନେଇ ବିଦ୍ୟାଧର ମହାନ୍ତି ଓ ପ୍ରଫୁଲ୍ଲ ନାୟକ ଙ୍କ ନେତୃତ୍ୱ ରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ତଥା ପୌର ପ୍ରଶାସକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା !ଏହି ଧାରଣା ଓ ପ୍ରତିବାଦ ସଭାରେ ଶ୍ରୀ ମହାନ୍ତି ଓ ଶ୍ରୀ ନାୟକ ଙ୍କ ସମେତ ଶ୍ରମିକ ନେତା ପରମାନନ୍ଦ ସେଠୀ, ଚନ୍ଦ୍ରକାନ୍ତ ଖଣ୍ଡାଇ, ନୃସିଂହ ଚରଣ ପହି, ଦିଲ୍ଲୀପ କୁମାର ମଲ୍ଲିକ, ବିଜୟ କୁମାର ବୋଇତାଇ, ପଦ୍ମନାଭ ନାୟକ, ସତ୍ୟପ୍ରକାଶ କୁଅଁର, ନିରଞ୍ଜନ ପରିଡା, ଧୀରେନ୍ଦ୍ର ବେହେରା, ସୁରେଶ ସାହୁ,ନିର୍ମଳ ରଥ, ଅଭିମନ୍ୟୁ ପାତ୍ର, ଲଷ୍ମୀଧର ପାତ୍ର, ମହେନ୍ଦ୍ର ମହାପାତ୍ର, ସନ୍ତୋଷ ବରାଳ, ବେବିନା ଜେନା, ଏସ କେ କରିମ, ଏସ କେ ଗୁଲ ପ୍ରମୁଖ ପୌରାଞ୍ଚଳ ରେ ସାଧାରଣ ଟିକସ ଦାତା ଙ୍କ ଉପରେ ମନମୁଖୀ ଟିକସ ବୃଦ୍ଧି କରିବା ମହାମାରୀ କରୋନା ସମୟରେ ବ୍ୟାପକ ଦୁର୍ନୀତି କରିବା କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ଉପରେ ବୃତ୍ତିଗତ ଟିକସ ବୃଦ୍ଧି କରିବା ଘଟଣା କୁ ପ୍ରତ୍ୟାହାର ନ କଲେ ସମଗ୍ର ବ୍ୟାସନଗର କୁ ଅଚଳ କରିଦିଆଯିବ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ !ପୌର ପ୍ରଶାସକ ସନ୍ତୋଷ କୁମାର ମିଶ୍ର ଛୁଟିରେ ଥିବାରୁ ତାଙ୍କ ନିର୍ଦେଶ କ୍ରମେ ଧାରଣା ସ୍ଥଳରେ ବ୍ୟାସନଗର ତହସିଲଦାର ଶରତ ଚନ୍ଦ୍ର ମହାପାତ୍ର, ଯାଜପୁର ରୋଡ ଆଦର୍ଶ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି, ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା l