ଯାଜପୁର : କଳିଙ୍ଗନଗର ଶିଳ୍ପାଅଂଚଳ ରେ ନା ରଜ ନେତା ପ୍ରଦୂଷଣ ବୋର୍ଡ଼, ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର କାହାର ଦରଦ ନାହିଁ | କଳିଙ୍ଗ ନଗର ଯାଜପୁର ରେ ପ୍ରଦୂଷଣ ଦିନ କୁ ଦିନ ବୃଦ୍ଧି ପାଉଛି | ଏବେ କଳିଙ୍ଗ ନଗର ଶିଳ୍ପଅଂଚଳ ରେ ସଂଖ୍ୟାଧିକ କାରଖାନା ବନ୍ଦ ଯୋଗୁ ଅନେକ ଶ୍ରମିକ ଜୀବିକା ହରାଇ ଥିବା ବେଳେ ବିସ୍ଥାପିତ ପରିବାର ପେଟ ପୋଷିବା ପାଇଁ କଷ୍ଟକର ବ୍ୟାପାର ହୋଇଛି ! କାରଖାନା ପାଇଁ ଜମିବାଡ଼ି ହରାଇଛନ୍ତି, ପରିବାର ଚଳାଇବା ପାଇଁ ଆଉ ଚାଷ ଜମି ନାହିଁ, କାରଖାନା ରେ ଚାକିରୀ କରି କୁଟୁମ୍ବ ପୋଷିବେ ବୋଲି ଯେଉଁ ଆଶା ରଖିଥିଲେ ତାହା ବି ମଉଳି ଯାଇଛି |, ଏବେ ୨୬ ଆନୁଶଂଘିକ କାରଖାନା ପ୍ରତିଷ୍ଠା କରାଯିବ ବୋଲି ଆଲୋଚନା ହେଉଛି |
୧୩ ଟି କାରଖାନା ରୁ ୧0 ଟି ବନ୍ଦ ଆଛି, ଆଉ ୩୬ ଟି କାରଖାନା ପ୍ରତିଷ୍ଠା ହେବ ତାହାର ଭାଗ୍ୟ କଣ ହେବ ସେଥିନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ? ଯଦି କାରଖାନା ପୁଣି ପ୍ରତିଷ୍ଠା ହୁଏ ବହୁ ଲୋକ ବିସ୍ଥାପିତ ହେବେ ଓ ପ୍ରଦୂଷଣ ହାର ବଢିବ ! ଜଳବାୟୁ ଏ ଅଂଚଳ ରେ ପ୍ରଦୂଷଣ ମାତ୍ରଧିକାର ବଢିବ | ଏ ଅଂଚଳ ର ଅଧିବାସୀ ମାନେ ଟିବି, ଆଜମା, ପେଟ ରୋଗ ରେ ମୃତୁବରଣ କରୁଥିବା ବେଳେ ଆହୁରି ବଢିବ | ମିଳୁ ଥିବା ସୂଚନା ଅନୁଯାଇ ଭିସା ଷ୍ଟିଲ କମ୍ପାନୀ ର ବର୍ଯ୍ୟ ବସ୍ତୁ ଓ ରାସାୟନିକ ଦୂଷିତ ଜଳ ଚାଷ ଜମି ରେ ଦିନ କୁ ଦିନ ମାଡି ଥିବାରୁ ଚାଷ କାମ ହୋଇପାରୁନି, ଫସଲ ନଷ୍ଟ ହେଵା ସହ ଗଣ୍ଡ ନଳ କୁ ପାନୀୟ ଜଳ ପ୍ରଦୂଷିତ ହୋଉଛି !
-ରିପୋର୍ଟ ଅଭିମନ୍ୟୁ ମିଶ୍ର