17.1 C
Bhubaneswar
Monday, November 18, 2024
HomeUncategorizedଯାଜପୁର ପୁଅ ର କମାଲ, ପ୍ରତି ଓଡ଼ିଆ ଗର୍ବିତ

ଯାଜପୁର ପୁଅ ର କମାଲ, ପ୍ରତି ଓଡ଼ିଆ ଗର୍ବିତ

ଯାଜପୁର : କୋରୋନା ସଂକ୍ରମଣରୁ ଦେଶ ଓ ସମାଜକୁ ରକ୍ଷା କରିବା ପାଇଁ ଜନସଚେତନତାର ଆବଶ୍ୟକତା ରହିଛି । ଏଥିପାଇଁ ସରକାରଙ୍କଠାରୁ ସେଲିବ୍ରିଟି ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଯେଉଁ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଅନେକ ଡାକ୍ତର, ସ୍ୱେଚ୍ଛାସେବୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଛାତ୍ର ଓ ଯୁବକ । ଆଉ ଏମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଯାଜପୁର ବ୍ୟାସନଗରର ହିତେଶ କୁମାର କୋରାଇ ବ୍ଲକ ଅନ୍ତର ଗତ ଅମୃତିଆ ଗ୍ରାମ ର ପ୍ରଫୁଲ୍ଲ କୁମାର ମହାପାତ୍ର ଙ୍କ ନାତି ମୁକ୍ତା ଯେତେ ପଙ୍କ ଭିତରେ ଥିଲେ ମଧ୍ୟ ତାର ଚମକ କେବେବି ଫିକା ପଢେ ନାହିଁ ପ୍ରତିଭା କେବେ ହେଲେ ମଉଳିଯାଏ ନାହିଁ । ଯେତେ ଭିତରେ ଲୁଚି ରହିଲେ ମଧ୍ୟ ଦିନେ ନା ଦିନେ ସେ ଫୁଟି ବାହାରେ । ଆଉ ସେପରି ଜଣେ ପ୍ରତିଭାବାନ ଯୁବକ ହେଲେ ହିତେଶ । କୋରୋନା ମହାମାରୀ ସମ୍ପର୍କରେ ଆଜି ତାଙ୍କର ଫିଲ୍ମ ସାରା ବିଶ୍ବରେ ଚର୍ଚ୍ଚିତ । ଅନ୍ତର୍ଜାତୀୟ ପୁରସ୍କାର ଜିତିବା ସହ ସାଉଁଟୁଛନ୍ତି ଅନେକ ପ୍ରଶଂସା । ଛୁଟିଛି ସମ୍ବର୍ଦ୍ଧନାର ସୁଅ । ଓଡିଆ ପୁଅ ଭାବେ ପୁରା ଦୁନିଆରେ ରାଜ୍ୟର ଟେକ ରଖିଛନ୍ତି ହିତେଶ । କୋରୋନା ସଚେତନତା ପାଇଁ ନିର୍ମାଣ କରିଥିଲେ ଡକ୍ୟୁମେଣ୍ଟାରୀ ଫିଲ୍ମ । ଏଥିରେ କୋଭିଡ 19 ଯୋଦ୍ଧାଙ୍କୁ କରିଥିଲେ ଉତ୍ସାହିତ । ଆଉ ତାଙ୍କ ଉଦ୍ୟମକୁ ସମ୍ମାନ ଜଣାଇ ପୁରସ୍କାର ଦେଇଛି ଓରିଫର୍ମ । ଅନଲାଇନ ପ୍ରତିଯୋଗିତାରେ କୋଭିଡ 19 ଇଣ୍ଟରନ୍ୟାସନାଲ ଫିଲ୍ମଫେୟାର ଆୱାର୍ଡ ଜିତିଛି ହିତେଶଙ୍କ ଫିଲ୍ମ ।

ଫିଲ୍ମରେ କୋରୋନା ସଚେତନତା, ବିଶ୍ବରେ ଓଡିଆ ପୁଅଙ୍କ କମାଲକୋରୋନା ଭଳି ସଙ୍କଟମୟ ପରିସ୍ଥିତିରେ ଜନସଚେତନତା ସୃଷ୍ଟି କରିବାକୁ ପ୍ରସ୍ତୁତ କରିଥିଲେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ । ଏଥିରେ ସେ ପୋଲିସ, ସ୍ଵାସ୍ଥ୍ୟ କର୍ମୀ, ସାମ୍ବାଦିକ, ସଫେଇ କର୍ମଚାରୀ ଓ ବିଭିନ୍ନ ବର୍ଗର ଲୋକଙ୍କୁ ଉତ୍ସାହିତ କରିଥିଲେ । ଓରିଫର୍ମ ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ଏହାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଚୟନ କରାଯାଇଛି । ଏହାସହ ଶ୍ରେଷ୍ଠ ନିର୍ଦ୍ଦେଶକ, ଶିଶୁ କଳାକାର, ନୂତନ ନିର୍ଦ୍ଦେଶକ, ସମ୍ପାଦନା ଇତ୍ୟାଦି ବିଭାଗରେ ମଧ୍ୟ ଏହା ପୁରସ୍କାର ପାଇଛି । ଏପ୍ରିଲ ୨୮ରୁ ଜୁନ ୩ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା କୋଭିଡ 19 ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ । ଏହାର ଉଦ୍ଦେଶ୍ୟ ଥିଲା ଯେ ଏହିପରି ଘଡିସନ୍ଧି ସମୟରେ କିପରି ଚଳଚିତ୍ର ମଧ୍ୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ଆଣିହେବ । ଦେଶ ବିଦେଶରୁ ଫିଲ୍ମ ନିର୍ମାତାଙ୍କୁ ଏକାଠି କରି ଏକତା ହି ବଳ ମନୋଭାବ ଜାଗ୍ରତ କରିବା ସହ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଦେଇହେବ । ସେହିପରି ପେସାଦାର ଫିଲ୍ମ ନିର୍ମାତାଙ୍କ ସଂଯୋଗ ସ୍ଥାପନ କରିବା, ଯୁବପିଢିର ନିର୍ମାତାଙ୍କୁ ଶିକ୍ଷା ଦେବା ଏବଂ ପ୍ରାମାଣିକ ଚଳଚ୍ଚିତ୍ର ଦୁନିଆରେ ଓଡିଶାର ନାମ ଆଗକୁ ଆଣିବା ଉଦ୍ଦେଶ୍ୟ ନେଇ ଓରିଫାର୍ମ ଡଟ କମ ଏହାକୁ ଆୟୋଜନ କରିଥିଲା ।ଅନଲାଇନରେ ଏହି ଉତ୍ସବ ପାଇଁ ଆବେଦନ ସହ ଫଳାଫଳ ମଧ୍ୟ ଘୋଷଣା ହୋଇଥିଲା ।

ପ୍ରତିଯୋଗିତାରେ ବିଦେଶରୁ ଥିଲା ୫୩୩ଟି ଚଳଚିତ୍ର । ଇରାନ, ଓମାନ, କଙ୍ଗୋ, ଦୁବାଇ, ଆଫଗାନିସ୍ତାନ, ଫ୍ରାନ୍ସ, ପର୍ତ୍ତୃଗାଲ, ଇଟାଲୀ, ନରୱେ ଓ ଆମେରିକା ଭଳି ଦେଶରୁ ଭାଗ ନେଇଥିଲେ ପ୍ରତିଯୋଗୀ । ଭାରତରୁ ଭାଗ ନେଇଥିଲେ 240 ଫିଲ୍ମ । ସେଥିରେ ଓଡିଶାରେ ଥିଲା 30ଟି ସିନେମା । ଆଉ ସମସ୍ତଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ହିତେଶ । ଏହାକୁ ସମସ୍ତେ କରିଛନ୍ତି ତାରିଫ । ଭାରତ ୨୦ଟି ବିଜେତା ହୋଇଥିବା ବେଳେ ଓଡିଶା ୧୦ ବିଭାଗରେ ପୁରସ୍କାର ଜିତିଛି । ଭାରତର ଓଡିଶା ସମେତ ମଣିପୁର, ମୁମ୍ବାଇ, ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ ବିଜେତା ହୋଇଛନ୍ତି ।କଳାକାର ପରିବାରରେ ଜନ୍ମ ତାଙ୍କର । ମାଆ ଜଣେ ଚିତ୍ରଶିଳ୍ପୀ । ମାଉସୀ ଜଣେ କଣ୍ଠଶିଳ୍ପୀ । ସ୍ଵର୍ଗବାସୀ ଅଜା ମଧ୍ୟ ଜଣେ ସୁନାମଧନ୍ୟ ତବଲା ବାଦକ । ପିଲାଟି ଦିନୁ ପାଠପଢା ସହିତ ଫଟୋଗ୍ରାଫି ବା ଭିଡିଓଗ୍ରାଫି ପ୍ରତି ହିତେଶଙ୍କର ଥିଲା ଆକର୍ଷଣ । ଆଜି ସାରା ଓଡିଶା ଓ ପ୍ରତିଟି ଯାଜପୁର ଓ ମାଟି ପାଇଁ ପାଲଟିଛନ୍ତି ଗର୍ବ ଓ ଗୌରବ ।
-ରିପୋର୍ଟ ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking