ଯାଜପୁର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଜାରି ହୋଇଛି ଲକଡାଉନ। ଯିଏ ଯେଉଁ ରାଜ୍ୟରେ ଅଛନ୍ତି ଆଉ ନିଜ ରାଜ୍ୟକୁ ଆସିପାରୁ ନାହାନ୍ତି। ଓଡ଼ିଶା ସରକାର ରାଜ୍ୟ ବାହାରୁ ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ନିଷ୍ପତ୍ତି ନେବାପରେ ଧୀରେ ଧୀରେ ଟ୍ରେନ ଓ ବସ ଯୋଗେ ଓଡ଼ିଶାକୁ ଫେରିବା ଆରମ୍ଭ କଲେଣି ପ୍ରବାସୀ ଓଡ଼ିଆ । ତେବେ ଏତେ ପରିମାଣର ପ୍ରବାସୀ ଓଡ଼ିଆ ପ୍ରତ୍ୟେକ ଜିଲ୍ଲାକୁ ଫେରିବାକୁ ନେଇ ଚିନ୍ତାରେ ଜିଲ୍ଲାବାସୀ । ଯାଜପୁର ଜିଲ୍ଲାରେ କୋରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏଥି ସହିତ ସୁରଟରୁ ପାଖାପାଖି ୮୦୦ରୁ ଅଧିକ ଲୋକେ ଟ୍ରେନ ଯୋଗେ ଯାଜପୁର ରୋଡ ରେଳ ଷ୍ଟେସନରେ ପହଞ୍ଚିବାରେ ଅଛି । ଏଥିପାଇଁ ବ୍ୟାସନଗରରେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଶେଷ ହୋଇଛି ।
ଯାଜପୁରକୁ ପ୍ରବାସୀ ଓଡ଼ିଆ ଆସିବାକୁ ନେଇ ପ୍ରଶାସନର ପ୍ରସ୍ତୁତିକୋରେଇ,ଦଶରଥପୁର, ବରୀ,ଯାଜପୁର,ବିଞ୍ଝାରପୁର,ରସୁଲପୁର, ବଡ଼ଚଣା ସୁକିନ୍ଦା,ଦାନଗଦି ଓ ଧର୍ମଶାଳାକୁ ଆସିବାକୁ ଥିବା ଲୋକମାନଙ୍କୁ ଏଠାରେ ରେଜିଷ୍ଟ୍ରେସନ କରି ତାଙ୍କ ପଞ୍ଚାୟତକୁ ପଠାଇବା ପାଇଁ ବ୍ୟବସ୍ଥା ହେଇଛି । ତେବେ ଜିଲ୍ଲାକୁ ଏକା ସାଙ୍ଗରେ ଏତେ ପରିମାଣର ପ୍ରବାସୀ ଓଡ଼ିଆ ଆସୁଥିବାରୁ ଲୋକମାନଙ୍କ ମଧ୍ୟରେ କୋରୋନା ସଂକ୍ରମଣର ଭୟ ଘାରିଛି । ଏଥିପାଇଁ ଟ୍ରେନ ଯୋଗେ ଆସୁଥିବା ପ୍ରବାସୀ ଓଡ଼ିଆ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।