ଯାଜପୁର : ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଆଜି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିସ୍ ଆଚାର୍ଯ୍ୟ ଦଳୀୟ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ଏଥିରେ ଯାଜପୁର ଜିଲ୍ଲାର ଅଗ୍ରଣୀ ଯୁବନେତା ତଥା କୋରେଇର ଦକ୍ଷ ଯୁବ ସଂଗଠକ ବିକ୍ରମ ବିଶ୍ଵାଳଙ୍କୁ ରାଜ୍ୟ ଯୁବମୋର୍ଚ୍ଚା ର ସମ୍ପାଦକ ଦାୟିତ୍ବ ନ୍ୟସ୍ତ କରାଯାଇଛି । ଏହା ପୂର୍ବରୁ ସେ ଜିଲ୍ଲା ଯୁବମୋର୍ଚ୍ଚା ସଂଯୋଜକ ଦାୟିତ୍ଵ ସଫଳତାର ସହ ତୁଲାଉଛନ୍ତି । ଗତ କିଛି ଦିନ ତଳେ ତାଙ୍କ ନେତୃତ୍ଵରେ ମନ୍ତ୍ରୀ ପ୍ରତାପ ଜେନା ଙ୍କ ବହିଷ୍କାର ଦାବିରେ ଶତାଧିକ ଯୁବ କର୍ମୀ ପାଣିକୋଇଲି ଥାନା ଘେରାଉ କରିଥିଲେ । ବିକ୍ରମ ଗତ କିଛି ବର୍ଷ ଧରି ରାଜନୀତିରେ ଖୂବ୍ ସକ୍ରିୟ ଅଛନ୍ତି । କୋରେଇ ବିଜେପିର ପ୍ରତ୍ୟେକଟି କାର୍ଯ୍ୟକ୍ରମରେ ତାଙ୍କ ସଫଳ ଯୋଗଦାନ ରହିଥାଏ । କୋରେଇ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱଜିତ୍ ନାୟକଙ୍କ ସପକ୍ଷରେ ବିଭିନ୍ନ ପଞ୍ଚାୟତରେ ସଭାସମିତି ମାନ ଆୟୋଜନ କରାଇବା ସହ ଜିଲ୍ଲା ବିଜେପିର ଅନେକ କାର୍ଯ୍ୟକ୍ରମକୁ ମଧ୍ୟ ସେ ଦକ୍ଷତାର ସହ ସମାପନ କରାଇଛନ୍ତି । ଏହି ନିଯୁକ୍ତି ପରେ ଶ୍ରୀ ବିଶ୍ଵାଳ ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି ଓ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ , ବରିଷ୍ଠ ନେତା ସାରଦା ପ୍ରଧାନ, ଜିଲ୍ଲା ସଭାପତି ଗୌତମ ରାୟ, ବିଧାୟକ ପ୍ରାର୍ଥୀ ବିଶ୍ୱଜିତ୍ ନାୟକଙ୍କ ସମେତ ସମସ୍ତ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଏହି ନିଯୁକ୍ତି ପରେ ବିକ୍ରମଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ଓ ଯାଜପୁର ଜିଲ୍ଲା ଓ କୋରେଇ ଯୁବ କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି । ସେ ଜହ୍ନା ପଞ୍ଚାୟତର ବରିଷ୍ଠ ନେତା ତଥା ପୂର୍ବତନ ସରପଂଚ ନଟବର ବିଶ୍ଵାଳଙ୍କ ନାତି ଅଟନ୍ତି । ଦଳ ଦେଇଥିବା ଏହି ଗୁରୁ ଦାୟିତ୍ବ କୁ ସେ ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ହିସାବରେ ନିର୍ବାହ କରିବା ସହ ଶାସକ ଦଳ ବିରୋଧରେ ଜନ ଆନ୍ଦୋଳନ ତିଆରି କରାଯିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ମୋ ଭଳି ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଉପରେ ଦଳ ଯେଉଁ ଆଶା ଭରସା ରଖି ଦାୟିତ୍ବ ଦେଇଛି, ତାକୁ ସୁଚାରୁରୂପେ ପାଳନ କରିବା ସହ ଯୁବକମାନଙ୍କ ହକ ପାଇଁ ସାଲିସ ବିହୀନ ସଂଗ୍ରାମ କରାଯିବ ବୋଲି କହିଛନ୍ତି ।
ଆଜି ଜହ୍ନା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ତାଙ୍କୁ କୋରେଇ ର ଅନେକ ନେତା ଓ କର୍ମୀ ପହଞ୍ଚି ଶୁଭେଚ୍ଛା ଜଣାଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ଧଳ, ପ୍ରମୋଦ ନାୟକ, ସୁରଜଳାଲ୍ ସାମଲ, ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ, ରବୀନ୍ଦ୍ର ବେହେରା, ନୀଳମାଧବ ଚକ୍ର, ପ୍ରମୋଦ ସାହୁ, ମାୟାଧର ପଲେଇ, କାର୍ଯକାରୀ ସଭାପତି ନିରଞ୍ଜନ ଘଡେଇ, ଯୁବ ସଭାପତି ଆଶିଷ ଦାସ, ମନ୍ମଥ ଜେନା, ସୁବାସ ନାଥ, ପଙ୍କଜ ରାଉତ, ସୁବାସ ମଲ୍ଲିକ, ସୁଦାମ ସାହୁ, ସଞ୍ଜୟ ବାରିକ୍, ସରୋଜ ଦେ, ସାଧାରଣ ସମ୍ପାଦକ ପ୍ରଶାନ୍ତ ବୋଇତାଇ, ଅଭିଳାଷ ସାହୁ, ଅରୁଣ ଦାସ, ମହିଳା ସଭାପତି ଶର୍ମିଲା ଦେଓ, ବିଜୟ ଘଡେଇ, ଶଶିଭୂଷଣ ସେନାପତି, ଅମ୍ଳାନ ସାହୁ, ପୂର୍ଣ୍ଣଚନ୍ଦ୍ର ନାୟକ, ଆଲୋକ କର, ଲଲାଟେନ୍ଦୁ ନାୟକ, ପ୍ରଶାନ୍ତ ସାହୁ, ଗଣେଶ ମାଝୀ, ନିରଞ୍ଜନ ପେରେ଼ଇ, ବିଶ୍ୱଜିତ୍ ରାଉତ, ମଦନ ବାରିକ୍, ସନ୍ଦୀପ ପରିଡ଼ା, ସୌମ୍ୟ ନାୟକ, ଦେବାଶିଷ ପାଣିଗ୍ରାହୀ, ଆଲୋକ ମଲ୍ଲିକ, ଦୀପକ୍ ସେନଗୁପ୍ତ, ଜୟକୃଷ୍ଣ ସାହୁ, ସୁଜିତ୍ ସ୍ୱାଇଁ, ଅବିନାଶ ସାହୁ, ଅକ୍ଷୟ ନାୟକ, ସୁଶାନ୍ତ ପରିଡ଼ା, ଦୀପକ୍ ସାମଲ, ସତ୍ୟଜିତ ସ୍ବାଇଁ, ସୋନାଲି ରାଉତ, ଦିପ୍ତିରଞ୍ଜନ୍ ଦାସ, ରବୀନ୍ଦ୍ର ପୁହାଣ, ନିହାର ସାମଲ, ସଂଗୀତା ପ୍ରଧାନ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।
-ରିପୋର୍ଟ ଅଭିମନ୍ୟୁ ମିଶ୍ର, ଓଏନଏ ଯାଜପୁର