28.1 C
Bhubaneswar
Friday, November 22, 2024
Homeଅପରାଧଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍

ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍

କେନ୍ଦ୍ରାପଡ଼ା : ଜନୈକା ମହିଳାଙ୍କ ଘରେ ପଶି ଜୋର ଜବରଦସ୍ତ ଧମକ ଚମକ ଦେଇ ବଳାକାôର କରିବା ଘଟଣାରେ କେନ୍ଦ୍ରାପଡ଼ା ସ୍ପେଶାଲ ଫାଷ୍ଟଟ୍ରାକ କୋର୍ଟ ବିଚାରପତି ତ୍ରିବିକ୍ରମ କେଶରୀ ଚିନ୍ନାରା ଅଭିଯୁକ୍ତଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ପ୍ରକାଶ ଯେ, ଗତ ୨୦୦୯ ମାର୍ଚ୍ଚ ୨ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଜମ୍ବୁ ଥାନା ଜମ୍ବୁ ଗ୍ରାମର ଶୁକରଞ୍ଜନ ଦାସ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ । ଉକ୍ତ ଦିନ ରାତି ପ୍ରାୟ ୧୨ଟାରେ ସେହି ଗ୍ରାମର ବାସୁ ଦାସ (୪୪) ଶୁକରଞ୍ଜନ ଘରେ ନଥିବାର ସୁଯୋଗ ନେଇ କବାଟ ବାଡେଇଥିଲେ । କିଏ କବାଟ ବାଡଉଛ ବୋଲି କହିବାରୁ, ବାସୁ ଟିକେ କବାଟ ଖୋଲ ମୋ ଗୋଡକୁ କିଏ କାମୁଡିଦେଲା ଦେଖିବି । ମହିଳା ଜଣଙ୍କ କବାଟ ଖୋଲିଦେବାରୁ ବାସୁ ତାଙ୍କ ପାଟିରେ ଗାମୁଛା ଦେଇ ଭୁଜାଲିରେ ଧମକ ଚମକ ଦେଇ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିଥିଲା । କାହାକୁ କଲେ ଜୀବନରୁ ମାରିଦେବି ବୋଲି କହି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏ ଘଟଣାକୁ ନେଇ ମହିଳା ଜଣକ ଜମ୍ବୁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଜମ୍ବୁ ପୁଲିସ ଅଭିଯୁକ୍ତ ବାସୁଦେବଙ୍କ ନାମରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିଲା । ସମସ୍ତ ସାକ୍ଷୀ ପ୍ରମାଣକୁ ଭିତ୍ତିକରି ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ବିଚାରପତି ତ୍ରିବିକ୍ରମ କେଶରୀ ଚିନ୍ନାରା ବୁଧବାର ଏହି ମାମଲାର ବିଚାର କରି ଅଭିଯୁକ୍ତ ବାସୁକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଗୋରିମାନା ରାୟ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୯ ମାସ କାରାଦଣ୍ଡ ଶୁଣାଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ସଞ୍ଜୟ କୁମାର ଜେନା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking