29.1 C
Bhubaneswar
Wednesday, April 15, 2026
Homeଓଡିଶାଜୟ ଢୋଲକିଆ ଓ ତାଙ୍କ ମାଆଙ୍କ ମନ୍ତବ୍ୟ ଭିତ୍ତିହୀନ ଓ ଦୁର୍ଭାଗ୍ୟଜନକ

ଜୟ ଢୋଲକିଆ ଓ ତାଙ୍କ ମାଆଙ୍କ ମନ୍ତବ୍ୟ ଭିତ୍ତିହୀନ ଓ ଦୁର୍ଭାଗ୍ୟଜନକ

ନବୀନ ବାବୁଙ୍କ ଆଶୀର୍ବାଦରେ ରାଜୁ ଭାଇ ମନ୍ତ୍ରୀ ହୋଇଥିଲେ
ବିଜେଡି ବିମାନ ଯୋଗାଡ଼ କରି ପାର୍ଥୀବ ଶରୀର ଚେନ୍ନାଇରୁ ଆଣିଥିଲା
ଚିକିତ୍ସା ଓ ଏକାଦଶାହ ପାଇଁ ଦଳ ବ୍ୟବସ୍ଥା କରିଥିଲା
ଦଳର ଚାପରେ ଜୟ ଏପରି ହୀନ ମନ୍ତବ୍ୟ ଦେଉଛନ୍ତି

ଭୁବନେଶ୍ୱର: ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ତାଙ୍କ ମାଆ ଆଜି ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ଯେଉଁ ଅରୁଚିକର, ତଥ୍ୟ ବିହୀନ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଭିତ୍ତିହୀନ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ଡ଼ ଲେଖାଶ୍ରୀ ସାମନ୍ତସିଂହାର । ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳ ବଦଳାଇବା ପରେ ବିଜେଡି ବିରୋଧରେ ଅମୂଳକ ମନ୍ତବ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଆଜି ଏଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କଡ଼ା ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ଜୟ ଢୋଲକିଆ ନିଜ ସ୍ୱାର୍ଥ ପାଇଁ କୌଣସି ଦଳକୁ ବି ଯାଇପାରିବେ । କିନ୍ତୁ ନିଜ ସ୍ୱାର୍ଥ ସାଧନ ପାଇଁ ଯେଉଁ ଦଳ ସହିତ ତାଙ୍କ ବାପାଙ୍କ ପରିଚୟ ଥିଲା, ଯେଉଁ ନେତାଙ୍କ ସହ ସ୍ୱର୍ଗତ ରାଜୁ ଭାଇ ଦୀର୍ଘ ଦିନ ଧରି କାମ କରିଥିଲେ, ନିଜ ଆନୁଗତ୍ୟ ପ୍ରକାଶ କରି ଆସୁଥିଲେ, ସେହି ଦଳକୁ ହଠାତ୍ କୁତ୍ସାରଟନା କରିବା ହୀନମାନ୍ୟତାର ପରିଚୟ । ଏହାକୁ ହୀନ ରାଜନୀତି ବୋଲି କୁହାଯିବ ।

ରାଜୁ ଭାଇ ତିନି ଥର ବିଧାୟକ ହୋଇଛନ୍ତି, ନବୀନ ବାବୁଙ୍କ ସରକାରରେ ମନ୍ତ୍ରୀ ହୋଇଛନ୍ତି । ଆଜି ଯେଉଁମାନେ ବିଜେଡି ସହ ରାଜୁ ଭାଇଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଉଛନ୍ତି, ସେମାନଙ୍କୁ କହିବାକୁ ଚାହୁଁ, ବିଜେଡିର ଆର୍ଶୀବାଦ ବିନା ସେ ବିଧାୟକ ହୋଇଥିଲେ କି? ନବୀନ ବାବୁଙ୍କ ସହଯୋଗ ବିନା ସେ କିପରି ମନ୍ତ୍ରୀ ହେଲେ । ଶେଷ ପର୍ଯ୍ୟନ୍ତ ନବୀନ ବାବୁଙ୍କ ସହ ରାଜୁ ଭାଇଙ୍କର ଉତ୍ତମ ସମ୍ପର୍କ ଥିଲା । ନିର୍ବାଚନ ପରାଜୟ ଭୟରେ ଜୟଙ୍କୁ ନେଇ ଏକ ହୀନ ରାଜନୀତିର କାର୍ଡ ଖେଳାଯାଇଛି ।

ରାଜୁ ଭାଇ ଚେନ୍ନାଇରେ ଚିକିତ୍ସିତ ହେଉଥିବା ବେଳେ ପ୍ରତ୍ୟେକ ଦିନ ନବୀନ ନିବାସରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରାଯାଉଥିଲା । ସେଠାରେ ତାଙ୍କର ଭଲ ଚିକିତ୍ସା ପାଇଁ ବିଜେଡି ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ପରେ ନବୀନ ବାବୁ ନିଜ ଚିକିତ୍ସା ପାଇଁ ମୁମ୍ୱାଇ ଗଲେ । ସେ ସମୟରେ ଦୁର୍ଭାଗ୍ୟବଶତଃ ରାଜୁ ଭାଇଙ୍କର ପରଲୋକ ହେଲା । ଏହାପରେ ତାଙ୍କ ମରଶରୀରକୁ ନୂଆପଡ଼ା ଆଣିବା ପାଇଁ ନବୀନ ବାବୁଙ୍କ ନିଦେ୍ର୍ଦଶକ୍ରମେ ଚାଟାର୍ଡ ବିମାନର ବ୍ୟବସ୍ଥା କରାଯାଇଥିଲା । ତାଙ୍କ ମୃତଦେହ ଆସିବା ପରେ ଅନ୍ତ୍ୟେଷ୍ଟି କ୍ରିୟା କେବଳ ବିଜେଡି ସହଯୋଗରେ ହୋଇଥିଲା । ଏକାଦଶାହରେ ଦଳର ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ ଏବଂ ନବୀନ ବାବୁ ଦିଲ୍ଲୀରୁ ଭିଡିଓ କନଫରେସିଂ ଜରିଆରେ ଯୋଗ ଦେଇଥିଲେ । ଜୟ ଢୋଲକିଆ କେବଳ କାହା ଦ୍ୱାରା ପ୍ରେରିତ ହୋଇ ବିଜେଡି ବିରୋଧରେ ଅଣଦେଖା ଅଭିଯୋଗ କରୁଛନ୍ତି । ବିଜେପିର ପ୍ରାର୍ଥୀ ହେଲା ପରେ ଜୟ ବିଜେଡି ବିରୋଧରେ ବିଷୋଦଗାର କରୁଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ନୂଆପଡ଼ା ବିଜେଡି ସଭାପତି ଅବନୀ ରଞ୍ଜନ ଯୋଶୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking