26.1 C
Bhubaneswar
Friday, March 27, 2026
Homeଓଡିଶାହାତୀଦାନ୍ତ ଜବତ: ଚାରି ଗିରଫ

ହାତୀଦାନ୍ତ ଜବତ: ଚାରି ଗିରଫ

ମୟୂରଭଞ୍ଜ :ଦୁଇ ହାତୀଦାନ୍ତ ଜବତ। ଚାରି ଅଟକ। ବାହାର ରାଜ୍ୟକୁ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା ଦେଉଳି ରେଞ୍ଜ ଅଧୀନସ୍ଥ ଝାରପୋଖରିଆ ଥାନା ଅଧୀନ ଭୂରଷାଣି ନିକଟରେ ଜବତ। ଦେଉଳି ବନ ବିଭାଗ ପକ୍ଷରୁ ଜବତ ସୂଚନା। ଗୋଟେ ହାତୀ ଦାନ୍ତର ଓଜନ ୧କିଲୋ ରହିଥିବା ବେଳେ ଅନ୍ୟ ଗୋଟେ ୧କିଲୋ ୨ଶହ ଗ୍ରାମ ରହିଥିବା ସୂଚନା। ତେବେ ବାଇକ ଯୋଗେ ଜାମଶୋଳା ଗେଟ୍ ଆଡୁ ବମ୍ବେ ଛକ ଅଭିମୁଖେ ଦୁଇ ବାଇକରେ ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବରପାଇ ଦେଉଳି ରେଞ୍ଜର ନିଜ ସାଥୀଙ୍କ ସହ ହଠାତ ଚଢ଼ାଉ କରିଥିଲେ। ଘଟଣାସ୍ଥଳରେ ଦୁଇ ହାତୀଦାନ୍ତ ଜବତ ସହ ଚାରି ଅଭିଯୁକ୍ତଙ୍କୁ ଅଟକ ରଖିଛି ବନ ବିଭାଗ। ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ବାହାର ରାଜ୍ୟ ଝାରଖଣ୍ଡ ଓ ଅନ୍ୟ ଦୁଇଜଣ ରାସଗୋବିନ୍ଦପୁର ଅଞ୍ଚଳର ବୋଲି ବନ ବିଭାଗର ଏସିଏଫ୍ ରବି ନାରାୟଣ ମହାନ୍ତି ସୁଚନା ଦେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking