ନୂଆଦିଲ୍ଲୀ : ମନିକା ବତ୍ରା ଓ ଅର୍ଚ୍ଚନା ଗିରୀଶ କାମଥ୍ଙ୍କ ଭାରତୀୟ ମହିଳା ଯୋଡ଼ି ଆଇଟିଟିଏଫ୍ ପକ୍ଷରୁ ଜାରି ସଦ୍ୟ ର୍ୟାଙ୍କିଙ୍ଗ୍ର ଟପ୍-୫ରେ ପ୍ରବେଶ କରିଛନ୍ତି । ଏହି ଯୋଡ଼ି ୧୫୦୧ ପଏଣ୍ଟ ସହ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ଗତ ସପ୍ତାହରେ ଚୀନା ତାଇପେଇ ଯୋଡ଼ି ଲି ୟୁ-ଝୁନ୍ ଓ ଚେଙ୍ଗ୍ ଆଇ-ଚିଙ୍ଗ୍ଙ୍କଠାରୁ ସେମିଫାଇନାଲ୍ରେ ପରାଜିତ ହେବା ପରେ ବତ୍ରା ଓ କାମଥ୍ ଦୋହା ଡବ୍ଲ୍ୟୁଟିଟି ଷ୍ଟାର୍ କଣ୍ଟେଣ୍ଡର୍ରେ ବ୍ରୋଞ୍ଜ୍ ପଦକ ଜିତିଥିଲେ । ୱାଙ୍ଗ୍ ମାନ୍ୟୁ ଓ ସୁନ୍ ୟିଙ୍ଗ୍ଶାଙ୍କ ଚୀନା ଯୋଡ଼ି ୪୨୮୯ ପଏଣ୍ଟ ସହ ର୍ୟାଙ୍କିଙ୍ଗ୍ର ଶୀର୍ଷ ସ୍ଥାନରେ ରହିଛି । ଏହା ପଛକୁ ଜାପାନର ମିମା ଇତୋ ଓ ହିନା ହୟାତାଙ୍କ ଯୋଡ଼ି ଦ୍ୱିତୀୟ ଏବଂ ସିଆ ଲିଆନ୍ ନି ଓ ସାରାହ ଡେ ନୁଟ୍ଟେଙ୍କ ଲକ୍ସମ୍ବର୍ଗ ଯୋଡ଼ି ତୃତୀୟ ସ୍ଥାନରେ ଅଛନ୍ତି ।