ଭୁବନେଶ୍ୱର: ସେଲଫି ହେଲା କାଳ । ନଦୀରେ ଗାଧୋଉଥିବା ବେଳେ ସେଲଫି ନେବାକୁ ଯାଇ ତିନିଜଣ ଛାତ୍ରଙ୍କ ଜୀବନ ଯାଇଛି । ଗତକାଲି ଜଗତସିଂହପୁର ମାଛଗାଁ ନିକଟ ଦେବୀ ନଦୀ ଘାଟକୁ ଚାରିଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ ।
ଘାଟରେ ସେଲଫି ନେବା ବେଳେ କାହ୍ନୁ ବାରିକଙ୍କ ଗୋଡ ଖସି ଯାଇଥିଲା । ତାଙ୍କୁ ଉଦ୍ଧାର କରିବାକୁ ଶୁଭମ୍ ପାତ୍ର ଓ ବବୁଲ ବାରିକ ପାଣି ଭିତରକୁ ଯାଇ ଭାସି ଯାଇଥିଲେ । ତିନି ସାଙ୍ଗ ବୁଡି ଯିବାର ଦେଖି ସେଠାରେ ଉପସ୍ଥିତ ଥିବା ତପନ ସାହାଯ୍ୟ ପାଇଁ ଲୋକଙ୍କୁ ଡାକିଥିଲେ ବୋଲି ବାଲିକୁଦା ଥାନା ଆଇଆଇସି ସୂଚନା ଦେଇଛନ୍ତି ।