30.1 C
Bhubaneswar
Saturday, October 5, 2024
Homeଓଡିଶାଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

ଭଦ୍ରକ : କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ରାଗିଂର ଶିକାର ହୋଇଥିବା ଛାତ୍ରଜଣକ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅଚକ ପଞ୍ଚାୟତର ଛନ୍ଦାସାହିର ଜଣେ ଆଇଟିଆଇ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ରାତିରେ ବିଷପାନ କରିଥିଲେ। କଲେଜରୁ ଫେରି ଛାତ୍ରଜଣଙ୍କ ଘରେ ବିଷ ପିଇଥିଲେ। ଗୁରୁତର ଅବସ୍ଥାରେ ଛାତ୍ରଜଣଙ୍କୁ ପ୍ରଥମେ ତିହିଡ଼ି ଡାକ୍ତରଖାନା ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ। ହେଲେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଗତ ୧୦ ତାରିଖରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ତିହିଡ଼ି ଆଇଟିଆଇରେ ପଢ଼ୁଥିବା ଏହି ଛାତ୍ର ହେଲେ ଛନ୍ଦାସାହିର ଭକ୍ତହରି ମଳିକଙ୍କ ପୁଅ ଆଶୁତୋଷ ମଳିକ(୨୦)। ତେବେ ଆଶୁତୋଷ ଆଇଟିଆଇ ଛାତ୍ରଙ୍କ ଦ୍ବାରା ରାଗିଂର ଶିକାର ହୋଇ ବିଷପାନ କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ଏହି ଅଭିଯୋଗକୁ ଆଇଟିଆଇ କର୍ତ୍ତୃପକ୍ଷ ଅସ୍ବୀକାର କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking