30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶମିଲାନ୍‌ରେ ୫୦% ଯାତ୍ରୀ କୋଭିଡ୍‌ ପଜିଟିଭ୍‌ ବାହାରିବାରୁ ଚୀନ୍‌ରୁ ଆସୁଥିବା ବିମାନଯାତ୍ରୀଙ୍କ ନମୁନା ପରୀକ୍ଷା କରିବ...

ମିଲାନ୍‌ରେ ୫୦% ଯାତ୍ରୀ କୋଭିଡ୍‌ ପଜିଟିଭ୍‌ ବାହାରିବାରୁ ଚୀନ୍‌ରୁ ଆସୁଥିବା ବିମାନଯାତ୍ରୀଙ୍କ ନମୁନା ପରୀକ୍ଷା କରିବ ଇଟାଲି

ନୂଆଦିଲ୍ଲୀ: ମିଲାନ୍‌ରେ ଅବତରଣ କରିଥିବା ଦୁଇଟି ବିମାନରେ ପ୍ରାୟ ଅର୍ଦ୍ଧେକ ଯାତ୍ରୀ କୋଭିଡ୍‌-୧୯ ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ଚୀନ୍‌ରୁ ଆସୁଥିବା ସମସ୍ତ ବିମାନଯାତ୍ରୀଙ୍କର ନମୁନା ପରୀକ୍ଷା କରାଯିବ ବୋଲି ଇଟାଲୀୟ ସ୍ବାସ୍ଥ୍ୟ ଅଧିକାରୀମାନେ କହିଥିବା କଥା ‘ବ୍ଲୁମ୍‌ବର୍ଗ’ ରିପୋର୍ଟ କରିଛି। ନୂତନ ପ୍ରଜାତିର ଭୂତାଣୁ ଅଛନ୍ତି କି, ନାହିଁ ଜାଣିବାକୁ ସେମାନେ ମିଲାନ୍‌ କରାଯାଇଥିବା ଟେଷ୍ଟ୍‌ର ଜିନୋମ୍‌ ସିକ୍ବେନ୍‌ସିଙ୍ଗ୍‌ କରାଯିବ ବୋଲି ସ୍ବାସ୍ଥ୍ୟ ଅଧିକାରୀମାନେ କହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ କହିଛି। ଯଦି ନୂତନ ‘ଷ୍ଟ୍ରେନ୍‌’ର ସନ୍ଧାନ ମିଳେ ସରକାରୀ ଅଧିକାରୀମାନେ ଦେଶ ଭ୍ରମଣ ଉପରେ କଠୋର କଟକଣା ଜାରି କରିପାରନ୍ତି। ବୁଧବାର ଦିନ କ୍ୟାବିନେଟ୍‌ ବୈଠକ ଥିବାରୁ ସ୍ବାସ୍ଥ୍ୟମନ୍ତ୍ରୀ ଓରାଜିଓ ସିଲାଚି ମିଲାନ୍‌ ଯାତ୍ରୀଙ୍କ ସଂଖ୍ୟା ଓ କୋଭିଡ୍‌-୧୯ ପରୀକ୍ଷା ସଂକ୍ରାନ୍ତ ସୂଚନା ଉପରେ ଇଟାଲି ସରକାର ଆଲୋଚନା କରିପାରନ୍ତି। ପଜିଟିଭ୍‌ ବାହାରିଥିବା ଅଧିକାଂଶ ଯାତ୍ରୀଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ। କିନ୍ତୁ, ଆଞ୍ଚଳିକ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି ଯେ, ଚୀନ୍‌ରୁ ନୂଆ କୋଭିଡ୍‌ ଭେରିଏଣ୍ଟ୍‌ ଚାଲି ଆସିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ଅଧିକାରୀମାନେ ଚିନ୍ତିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking