32.1 C
Bhubaneswar
Saturday, October 19, 2024
Homeଅପରାଧଫେସବୁକରେ ଚାଲୁଥିଲା ଏହିଭଳି ରାସଲିଳା ଜାଣିଲେ ଉଡିଯିବ ହୋଶ

ଫେସବୁକରେ ଚାଲୁଥିଲା ଏହିଭଳି ରାସଲିଳା ଜାଣିଲେ ଉଡିଯିବ ହୋଶ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସାଇବର ସେଲ୍ ସେକ୍ସଟୋର୍ସନ୍ ମଡ୍ୟୁଲ୍‌ର କରିଛି ପର୍ଦାଫାଶ। ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଚିହ୍ନଟ କରିଛି। ସେମାନଙ୍କ ବିରୋଧରେ ପୋଲିସ ୯ଟି ଅଭିଯୋଗ ପାଇଥିଲା। ସାଇବର ସେଲ୍ ଡିସିପି କେପିଏସ୍ ମଲହୋତ୍ରାଙ୍କ କହିବା ଅନୁଯାୟୀ ଏକ ଅଭିଯୋଗ ଆସିଛି ଯେଉଁଥିରେ ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଫେସବୁକରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ମିଳିଥିଲ ଓ ତାଙ୍କୁ ହ୍ବାଟସଆପ୍ ନମ୍ବର ମାଗିଥିଲା। କିଛି ସମୟ ପରେ ତାଙ୍କୁ ହ୍ବାଟସଆପ୍‌ରେ ଅଶ୍ଲୀଳ ଫଟୋ ଭିଡିଓ ସହ ଭିଡିଓ କଲ୍ ଆସିଥିଲା। ଏହାପରେ ଏକ ଅଶ୍ଲୀଳ ମର୍ଫଡ ଭିଡିଓ ମିଳିଥିଲା। ଇଣ୍ଟରନେଟରେ ଏହି ଭିଡିଓ ଅପଲୋଡ୍ ନକରିବା ପାଇଁ ଅଭିଯୁକ୍ତ ତାଙ୍କଠାରୁ ଟଙ୍କା ମାଗିବା ଆରମ୍ଭ କରିଥିଲେ। ଭୟରେ ଅଭିଯୋଗକାରୀ ଅଭିଯୁକ୍ତକୁ ୧,୯୬,୦୦୦ ଟଙ୍କା ପ୍ରଦାନ କରିଥିଲେ।

ଏହି ଅଭିଯୋଗ ଉପରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସର ସୂଚନାନୁସାରେ, ଅଭିଯୋଗକାରୀଙ୍କୁ କଲ୍‌ ପାଇଁ ବ୍ୟବହାର କରାଯାଉଥିବା ମୋବାଇଲ୍ ଫୋନ୍ ନମ୍ବର ଆସାମରୁ ଜାରି କରାଯାଇଥିଲା ଏବଂ ରାଜସ୍ଥାନର ଭରତପୁରରେ ଏହା ବ୍ୟବହାର କରାଯାଉଥିଲା। ଭରତପୁର ରାଜସ୍ଥାନରେ ରହିଛି, ଏଠାରେ  ଅଧିକାଂଶ ଅନଲାଇନ୍ ଠକେଇ ଏବଂ  ଯୌନ ଶୋଷଣ ମାମଲାରେ ରହିଚି। ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଇଥିଲା, ତାହାର ମନି ଟ୍ରେଲକୁ ଚିହ୍ନଟ କରାଯାଇଥିଲା। ମନି ଟ୍ରେଲ, ସୋସିଆଲ ମିଡିଆ ଆକାଉଣ୍ଟଗୁଡିକର  ଯାଞ୍ଚ ଏବଂ ଫୋନ୍ ନମ୍ବର ଯାଞ୍ଚ କରିବା ପରେ ୨୩ ବର୍ଷୀୟ ଅଭିଯୁକ୍ତ ହାକାମୁଦ୍ଦିନଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିଲା। ତା ସହିତ ଗାଁର  ତିନି ସହଯୋଗୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ସେମାନେ ବର୍ତ୍ତମାନ ଫେରାର ଅଛନ୍ତି।ଭରତପୁର, ରାଜସ୍ଥାନରେ ଚାଲୁଥିବା ଏହି ଗୋଷ୍ଠୀ ପାଇଁ ପ୍ରଥମେ ଝିଅ ହୋଇ ପ୍ରେଣ୍ଡ ରିକୁଏଷ୍ଟ ପଠାଇଥାଏ। ଠକେଇର ଏକ ନୂଆ ପ୍ରଣାଳୀ ମଧ୍ୟ ରହିଛି।   ଥରେ ବ୍ୟକ୍ତି ଫେସବୁକରେ ଏହି ​‌ଫ୍ରେଣ୍ଡ ରିକୁଏଷ୍ଟ​‌ ଗ୍ରହଣ କରିସାରିବା ପରେ, ଗ୍ୟାଙ୍ଗର ସଦସ୍ୟମାନେ ହ୍ବାଟସଆପ୍ ଆପ୍‌ରେ ସେହି ବ୍ୟକ୍ତିଙ୍କ ସହ ସେକ୍ସ ଚାଟିଂ ଆରମ୍ଭ କରନ୍ତି | କିଛି ସମୟ ପରେ ସେମାନେ ସେହି ବ୍ୟକ୍ତିଙ୍କୁ ଫୋନରେ ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ରହିବାକୁ ପ୍ରଲୋଭିତ କରନ୍ତି ।ଯେତେବେଳେ କେହି ଜଣେ ଭିଡିଓ କଲ୍‌ରେ ଅଶ୍ଳୀଳ କାର୍ଯ୍ୟ କରନ୍ତି, ଏହି ଲୋକମାନେ  ତାକୁ ରେକର୍ଡ କରି ପରେ ବ୍ଲାକମେଲ୍ କରି ଟଙ୍କ ଆଦାୟ କରନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking