27.1 C
Bhubaneswar
Sunday, September 8, 2024
Homeଓଡିଶାଆହୁରି ୫ ଡିଗ୍ରୀ ଖସିବ ପାରଦ

ଆହୁରି ୫ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର : ଆଗକୁ ବଢିପାରେ ଶୀତ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ଖସିପାରେ । ତେବେ ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ, ମେଘୁଆ ଆକାଶ ଯୋଗୁ ରାତି ତାପମାତ୍ରା ସ୍ୱାଭାବିକ ତୁଳନାରେ ୨ରୁ ୩ ଡିଗ୍ରୀ ଅଧିକ ରହିବ । ଏହାସହ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ।ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଓ କେନ୍ଦୁଝର ସହରର ଦିନର ତାପମାତ୍ରା ୧୯ ଦଶମିକ ୮ ଡିଗ୍ରୀ ରେକର୍ଡ କରାଯାଇଥିଲା । ତେବେ ଦୁଇ ଦିନ ଭିତରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking