27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଦିଲ୍ଲୀରେ ନିଃଶ୍ୱାସ ନେବା କଷ୍ଟକର

ଦିଲ୍ଲୀରେ ନିଃଶ୍ୱାସ ନେବା କଷ୍ଟକର

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ବୃଦ୍ଧି ଯୋଗୁଁ ଦିଲ୍ଲୀରେ ଏବେ ନିଃଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି । ଶୁକ୍ରବାର ସକାଳେ ଏୟାର୍ କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୭୨ରେ ପହଞ୍ଚିଛି । ପୂରା ଦିଲ୍ଲୀକୁ ଘନ କୁହୁଡ଼ି ଘେରି ରହିଛି । ପ୍ରଦୂଷଣ ବୃଦ୍ଧି କାରଣରୁ ନୋଏଡା ପ୍ରଶାସନ ଶୁକ୍ରବାରଠାରୁ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍‌ଲାଇନ୍ କ୍ଲାସ୍ ପାଇଁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ଶନିବାରଠାରୁ ପ୍ରାଥମିକ ସ୍କୁଲ୍ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଘୋଷଣା କରିଛନ୍ତି । ସେହିପରି ୫୦ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ‘ୱାର୍କ ଫ୍ରମ୍ ହୋମ୍‌’ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଘରୋଇ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ଏହା ଅନୁସରଣ କରିବା ପାଇଁ ପରାମର୍ଶ ଦିଆଯାଇଛି । ଦିଲ୍ଲୀରେ ପ୍ରଦୂଷଣକୁ ନେଇ ସୁପ୍ରିମ୍‌କୋର୍ଟରେ ପିଟିସନ୍ ଦାୟର କରାଯାଇଛି ।

ଏହି ମାମଲାର ନଭେମ୍ବର ୧୦ ତାରିଖରେ ଶୁଣାଣି ହେବ । ବାୟୁର ମାନ ଖରାପ ହେବା କାରଣରୁ ଦିଲ୍ଲୀରେ ଗ୍ରେଡେଡ୍ ରେସ୍‌ପନ୍ସ ଆକ୍ସନ୍ ପ୍ଲାନ୍ (ଗ୍ରାପ୍‌)ର ଚତୁର୍ଥ ଚରଣ ଲାଗୁ କରାଯାଇଛି । ଏହା ଅନୁସାରେ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ୍ କମିଶନ ଦିଲ୍ଲୀ-ଏନ୍‌ସିଆର୍‌ରେ ଡିଜେଲ୍ ଚାଳିତ ଯାନବାହନ ଉପରେ ରୋକ୍ ଲଗାଇଛନ୍ତି । ଅବଶ୍ୟ ସିଏନ୍‌ଜି ଏବଂ ଇଲେକ୍ଟ୍ରିକ୍ ବାହନ ଚଳାଚଳ ଉପରେ କୌଣସି କଟକଣା ନାହିଁ । ସେହିପରି କମର୍ସିଆଲ୍ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ପ୍ରଦୂଷଣ ବିରୋଧୀ ପ୍ରତିବନ୍ଧକର କାର୍ଯ୍ୟାନ୍ୱୟନ ଦେଖାଶୁଣା ପାଇଁ ସରକାର ୬ ଜଣିଆ ପ୍ୟାନେଲ୍ ଗଠନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking