ବେଙ୍ଗାଲୁରୁ : ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ବ୍ରିଟେନ୍ର ସଞ୍ଚାର ନେଟ୍ୱାର୍କ ‘ୱାନ୍ ୱେବ୍’ର ୩୬ଟି ସାଟେଲାଇଟ୍କୁ ନିଜର ସବୁଠୁ ଓଜନିଆ ରକେଟ୍ ଜିଏସ୍ଏଲ୍ଭି-ଏମ୍କେ ୩ ଜରିଆରେ ଶୂନ୍ୟକୁ ପଠାଇବ ।
ଏହା ଇସ୍ରୋର ସମ୍ପୂର୍ଣ୍ଣ ଭାବେ କମର୍ସିଆଲ୍ ମିଶନ୍ ହେବ । ଏହି ଲଞ୍ଚିଙ୍ଗ୍ କାର୍ଯ୍ୟକ୍ରମ ଅକ୍ଟୋବର ୨୨ ତାରିଖରେ ଶ୍ରୀହରିକୋଟାରେ କରାଯିବ । ଇସ୍ରୋର କର୍ମସିଆଲ୍ ବିଭାଗ ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍) ଏହି ସାଟେଲାଇନ୍ ଲଞ୍ଚ୍ ପାଇଁ ୱାନ୍ ୱେବ୍ ସହ ସର୍ଭିସ୍ କଣ୍ଟ୍ରାକ୍ଟ ସ୍ୱାକ୍ଷର କରିଛି । ଏହି ସୂଚନା ଏନ୍ଏସ୍ଆଇଏଲ୍ ଚେୟାର୍ମ୍ୟାନ୍ ଏବଂ ଏମ୍ଡି ରାଧାକୃଷ୍ଣନ୍ ଡି ଦେଇଛନ୍ତି ।