25.9 C
Bhubaneswar
Monday, April 6, 2026
Homeଦେଶ ବିଦେଶଗାଜାରେ ଇସ୍ରାଏଲର ବୋମାମାଡ଼ : ୨୦ ମୃତ

ଗାଜାରେ ଇସ୍ରାଏଲର ବୋମାମାଡ଼ : ୨୦ ମୃତ

ଗାଜା : ଗାଜାରେ ଇସ୍ରାଏଲର ବୋମାମାଡ଼, ୨୦ ମୃତ । ଇସ୍ରାଏଲ ଆଜି ସକାଳେ ଗାଜାର ଖାନ୍‌ ୟୁନିସ ଅଂଚଳରେ ଦୁଇଟି ପର୍ଯ୍ୟାୟରେ ବିମାନ ଆକ୍ରମଣ କରିଛି। କେତେକ ନିର୍ଦ୍ଦିଷ୍ଟ କୋଠାକୁ ଟାର୍ଗେଟ୍‌ କରି ବୋମାମାଡ଼ ହେବାପରେ ଅତିକମ୍‌ରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ପଟେ ଯୁଦ୍ଧବିରତି ଓ ଶାନ୍ତି ଆଲୋଚନା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଅନ୍ୟପଟେ ଏଭଳି ଆକ୍ରମଣ ମାମଲାକୁ ଆହୁରି ଗମ୍ଭୀର କରିଛି। ଜାତିସଂଘ କହିଛି ଯେ ଇସ୍ରାଏଲ ସେନାର ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁଁ ଥଇଥାନ ଓ ରିଲିଫ୍‌ ବଣ୍ଟନରେ ଭୀଷଣ ସମସ୍ୟା ଉପୁଜୁଛି। ଜାତିସଂଘର ଅପରେସନ୍ ସେଣ୍ଟର ସ୍ଥାପନ ହୋଇଥିବା ଡେର୍‌ ଏଲ୍ ବାଲାହକୁ ମଧ୍ୟ ଇସ୍ରାଏଲ ସେନା ଟାର୍ଗେଟ୍‌ କରି ବୋମାମାଡ଼ କରୁଥିବାରୁ ଭୟାନକ ସ୍ଥିତି ଉପୁଜିଛି। ଅନ୍ୟପକ୍ଷରେ ଆଜି ଇସ୍ରାଏଲ ସେନା ଗାଜାର ଏକ ଟନେଲ୍‌ରୁ ଜଣେ ପଣବନ୍ଦୀଙ୍କୁ ଉଦ୍ଧାର କରିଛନ୍ତି। ୫୨ ବର୍ଷୀୟ କୈଦ ଫର୍‌ହାନ ଜଣେ ଇସ୍ରାଏଲୀ ନାଗରିକ ଏବଂ ତାଙ୍କୁ ଗତବର୍ଷ ଅକ୍ଟୋବର ୭ ତାରିଖରେ ହମାସ୍‌ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ସୂଚନାଯୋଗ୍ୟ, ଗାଜା ବିରୋଧରେ ଇସ୍ରାଏଲର ଯୁଦ୍ଧରେ ଏ ପର୍ଯ୍ୟନ୍ତ ୪୦,୪୭୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୩ ହଜାରରୁ ଅଧିକ ଆହତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking