30.1 C
Bhubaneswar
Saturday, April 4, 2026
Homeଦେଶ ବିଦେଶଲେବାନନ୍‌ ଉପରେ ଇସ୍ରାଏଲ୍‌ର ଆକ୍ରମଣ : ୪୯୨ ମୃତ

ଲେବାନନ୍‌ ଉପରେ ଇସ୍ରାଏଲ୍‌ର ଆକ୍ରମଣ : ୪୯୨ ମୃତ

ବେରୁଟ୍‌ : ଗତକାଲି ଲେବାନନ୍‌ରେ ଥିବା ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ଆଡ୍‌ଡା ଉପରେ ଇସ୍ରାଏଲ୍‌ ନିଜର ଆକ୍ରମଣକୁ ଜୋରଦାର କରିଛି। ସୋମବାର, ଦକ୍ଷିଣ ଲେବାନନ୍‌ର ୩ଶହରୁ ଅଧିକ ଲକ୍ଷ୍ୟସ୍ଥଳ ଉପରେ ଇସ୍ରାଏଲ୍‌ ଯୁଦ୍ଧବିମାନ ଆକ୍ରମଣ କରିଛି। ଏଥିରେ ଅତିକମ୍‌ରେ ୪୯୨ ଜଣଙ୍କର ମୃତ୍ୟୁ ଘଟିସାରିଲଣି।ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ଅଛନ୍ତି। ଗତବର୍ଷ ଇସ୍ରାଏଲ-ହମାସ ଲଢ଼େଇ ଆରମ୍ଭ ‌ହେବା ଦିନଠାରୁ ଲେବାନନରେ ଅବସ୍ଥିତ ହେଜବୁଲ୍ଲା ଆତଙ୍କବାଦୀ ଗୋଷ୍ଠୀ ଉପରେ ସବୁଠୁ ଭୟଙ୍କର ଆକ୍ରମଣ। ଇସ୍ରାଏଲ୍‌ ଆକ୍ରମଣ, ମୃତାହତ ଓ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇ ଲେବାନନ୍‌ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି କୁହାଯାଇଥିଲା ଯେ, ଆଜି ପୂର୍ବାହ୍ନଠାରୁ ଦକ୍ଷିଣ ଲେବାନନ୍‌ର ସହର ଓ ଗାଁଗୁଡ଼ିକରେ ଶତ୍ରୁପକ୍ଷର ଆକ୍ରମଣ ଜାରି ରହିଛି। ଅପରପକ୍ଷରେ, ଇସ୍ରାଏଲ୍‌ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌)ର ମୁଖପାତ୍ର ଡାନିଏଲ୍‌ ହାଗାରି କହିଛନ୍ତି, ଲେବାନନ୍‌ର ବେକା ଉପତ୍ୟକା ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ୍‌ର ଯୁଦ୍ଧବିମାନ ପ୍ରସ୍ତୁତ ଅଛନ୍ତି। ଆକ୍ରମଣର ଲକ୍ଷ୍ୟ ବେକା ଉପତ୍ୟକାରେ ଥିବା ହେଜବୁଲ୍ଲା ସଂଗଠନର ଆଡ଼ା, ସେମାନଙ୍କ ଅସ୍ତ୍ରଶସ୍ତ୍ର‌ାଗାର ରହିଛି। ପୂର୍ବାହ୍‌ଣରେ ବିଣ୍ଟ୍ ଜାବୈଲ୍‌, ଐତାରୌନ୍‌, ମାଜଦାଲ୍‌ ସେଲିମ୍‌, ହୁଲା, ତୁଆରା, କିଲାଇଲେ, ନାବି ଚିତ୍‌, ତାରାୟା, ସେମ୍‌ଷ୍ଟାର, ହାରବାତା, ଲିବ୍ବାୟା ଓ ସୋମୋର ଉପରେ ଆକ୍ରମଣ କରାଯାଇଥିଲା।
ବିଦ୍ୟାଳୟଗୁଡ଼ିକୁ ଆଶ୍ରୟସ୍ଥଳରେ ପରିଣତ କରିବା ପାଇଁ ଲେବାନନର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ବେରୁଟ୍‌, ତ୍ରିପୋଲି ସମେତ ପୂର୍ବ ଓ ଦକ୍ଷିଣ ଏସ୍ରାଏଲରେ ବିସ୍ଥାପିତ ହୋଇଥିବା ଲୋକଙ୍କୁ ବିଦ୍ୟାଳୟରେ ଆଶ୍ରୟ ଦେବାକୁ କୁହାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking