ଗାଜା: ପୁଣି ଗାଜା ଉପରେ ଆକ୍ରମଣ କରିଛି ଇସ୍ରାଏଲ। ମଙ୍ଗଳବାର ଦିନ ଇସ୍ରାଏଲ ସେନା ଦ୍ୱାରା ଗାଜା ଉପରେ ରତିସାରା ହୋଇଥିବା ଆକ୍ରମଣରେ ଏପର୍ଯ୍ୟନ୍ତ ୮୧ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ରାତିସାରା ଗାଜାରେ ବିମାନ ଆକ୍ରମଣ କରିବା ପରେ, ଇସ୍ରାଏଲୀ ସେନା ଦାବି କରିଛି ଯେ ବୁଧବାର ଦିନ ହମାସ ସହିତ ପୁଣି ଥରେ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି। ଇସ୍ରାଏଲୀ ସେନା କହିଛି ଯେ ଗାଜାରେ “ଆତଙ୍କବାଦୀ ଘାଟି ଏବଂ ଆତଙ୍କବାଦୀ” ଉପରେ ଆକ୍ରମଣ ପରେ ପୁଣି ଥରେ ଏହି ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି। ଇସ୍ରାଏଲ କହିଛି ଯେ ଏହାର ସେନା ପାଲେଷ୍ଟାଇନୀ ଅଞ୍ଚଳ ଭିତରେ କାର୍ଯ୍ୟ କରୁଥିବା “ଆତଙ୍କବାଦୀ ସଂଗଠନର ୩୦ ଜଣ ଶୀର୍ଷ ଆତଙ୍କବାଦୀ”ଙ୍କୁ ଟାର୍ଗେଟ କରି ଆକ୍ରମଣ କରିଛି।
ତେବେ ମଙ୍ଗଳବାର ଦିନ ଇସ୍ରାଏଲୀ ସେନା ଦ୍ୱାରା ଗାଜା ଉପରେ ରାତିସାରା ହୋଇଥିବା ଆକ୍ରମଣରେ ଏପର୍ଯ୍ୟନ୍ତ ୮୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡଜନ ଡଜନ ଲୋକ ଆହତ ହୋଇଛନ୍ତି। ଏହା ପରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଭଙ୍ଗ ହୋଇଥିଲା, କିନ୍ତୁ ଏହି ସମୟ ମଧ୍ୟରେ ଇସ୍ରାଏଲ ଏକ ବଡ଼ ଦାବି କରିଛି ଯେ ଯୁଦ୍ଧବିରତି ପୁଣିଥରେ କାର୍ଯ୍ୟକାରୀ ହୋଇଛି। ଇସ୍ରାଏଲୀ ସେନା କହିଛି ଯେ ଆମେ ଯୁଦ୍ଧବିରତି ଚୁକ୍ତିନାମା ପାଳନ କରିବୁ କିନ୍ତୁ ଚୁକ୍ତିନାମାର ଯେକୌଣସି ଉଲ୍ଲଂଘନର କଡ଼ା ଜବାବ ମଧ୍ୟ ଦେବୁ। ତଥାପି, ଇସ୍ରାଏଲର ଏହି ଦାବି ଉପରେ ହମାସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।










